
ନୂଆପଡ଼ା : ପାଇଖାନା ଟାଙ୍କି ଭିତରେ ଅଣନିଶ୍ବାସୀ ହୋଇ ଦୁଇ ଶ୍ରମିକ ମୃତ । ଏମିତି ଅଘଟଣ ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ । ଲକ୍ଷ୍ମୀ ଛକ ନିବାସୀ ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କି ଫଲସ ଖୋଲିବା ବେଳେ ଘଟିଛି ଅଘଟଣ । ପାଇଖାନା ଟାଙ୍କି ଭିତରକୁ ଫଲସ ଖୋଲିବାକୁ ଯାଇ ଦୁଇ ଜଣ ଶ୍ରମିକ ଅଣନିଶ୍ବାସୀ ହୋଇ ମୃତ୍ୟୁ ବରଣ କରିଛନ୍ତି ।ଖବରପାଇ ଖଡ଼ିଆଳ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଦୁଇ ଶ୍ରମିକଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଡାକ୍ତର ଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଦୁଇ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦୁଇ ଶ୍ରମିକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଛତା ଗାଁର ରଘୁ ହାତୀ ଓ କୋଟେନମୁଣ୍ଡା ଗାଁର ବାସୁଦେବ ଭୋଇ ବୋଲି ଜଣାପଡିଛି । ଖଡ଼ିଆଳ ପୋଲିସ ଦୁଇ ଶ୍ରମିକଙ୍କ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।