ହର୍ଷ ପର୍ବତରୁ ୨୫୦ ଫୁଟ ତଳକୁ ଖସିଲା କାର୍, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସହିତ ୨ ମୃତ

ରାଜସ୍ଥାନ : ରାଜସ୍ଥାନ ସିକଲ ଜିଲ୍ଲା ହର୍ଷ ପର୍ବତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୱାଚ ଟାୱର ନିକଟରେ ଏକ କାର୍ ୨୫୦ ଫୁଟ ତଳକୁ ଖସିବା ଯୋଗୁଁ ୨ ଜଣଙ୍କ ମ୍ତ୍ୟୁ ହୋଇଛି । ଏହି କାରରେ ଥିବା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହର୍ଷିତ ଶର୍ମା ନାମକ ଯୁବକ ଥିଲେ । ତାଙ୍କ ସହିତ ଆଉ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଏକ ହସପିଟାଲରେ ଭର୍ତ୍ତି କରାଯାଇଛି ।ଖବର ମୁତାବକ, ରବିବାର ଦିନ ରାତି ୯.୩୦ରେ ଘଟଣା ଘଟିଛି । ହର୍ଷ ପର୍ବତ ୱାଚ ଟାୱର ନିକଟରେ ଏକ କାର୍ ୨୫୦ ଫୁଟ ତଳକୁ ଖସିବା ଯୋଗୁଁ ୨ ଜଣଙ୍କ ମ୍ତ୍ୟୁ ହୋଇଛି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ରେନ ସହାୟତାରେ କାରକୁ ବାହାର କରାଯାଇଛି । ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।କାରଟି ରାତିରେ ତଳକୁ ଖସିପଡିଥିବା ବେଳେ ସ୍ଥାନୀୟ ଲୋକ ସକାଳୁ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ଗାଡ଼ିକୁ ଉଦ୍ଧାର କରାଯାଇଛି । ମୃତକଙ୍କ ବ୍ୟବଚ୍ଛେଦ ପାଇଁ ହସପିଟାଲକୁ ପଠାଯାଇଛି। କାରରେ ଥିବା ଲୋକଙ୍କ ମଧ୍ୟରୁ ଦୁଇ ଜଣଙ୍କର ଜୀବନ ଚାଲିଯାଇଥିବା ବେଳ ଅନ୍ୟ ଜଣେ ଆହତ ରହିଛନ୍ତି ।ଏହି ପର୍ବତନ ସମୁଦ୍ର ପତ୍ତନ ଠାରୁ ୩୧୦୦ ଫୁଟ ଉପରେ ରହିଛି । ଯାହା ଉପରକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସନ୍ତି ।