
ଭଞ୍ଜନଗର ୧୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସି ଆସନ୍ତା ୩୧ ତାରିଖରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳନ କରିବ । ଚଳିତ ବର୍ଷ ଏନଏସି ପକ୍ଷରୁ ବଡ ଧରଣର ଉତ୍ସବ ଆୟୋଜନ କରାଯାଇଛି । ତେଣୁ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗୀତା ଚାଲିଛି। ସେହିଭଳି ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଫୁଟବଲ ଟର୍ନାମେଣ୍ଟ ସ୍ଥାନୀୟ ଜେଲ ପଡ଼ିଆରେ ଚାଲିଥିଲା। ସୋମବାର ଫାଇନାଲ ମ୍ୟାଚ ହୋଇଥିଲା।
ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟାପକ,କର୍ମଚାରୀ ସଂଘ ଏବଂ ବିପଦର ବନ୍ଧୁ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଏକ କଡ଼ା ସଂଘର୍ଷ ମଧ୍ୟରେ ବିପଦର ବନ୍ଧୁ ୩-୦ ଗୋଲରେ ଚାମ୍ପିୟନ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଭଞ୍ଜନଗର ପ୍ରେସ କ୍ଲବ, ବଣିକ ସଂଘ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଏନଏସି କର୍ମଚାରୀ ସଂଘ ସମେତ କେ ଏସୟୁବି କଲେଜ ଓ ବିପଦର ବନ୍ଧୁ ଭାଗ ନେଇଥିଲେ। ଉଦଘାଟନ ମ୍ୟାଚକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ଦିବସରେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା, ଶୂଳ ପାଣି ଶତପଥି, ପୁର୍ବତନ ଏନ ଏ ସି ଅଧକ୍ଷ ସୁଧୀର ରଞ୍ଜନ ବେହେରା, ପୁର୍ବତନ ଅଧ୍ୟକ୍ଷା ସୁନିତା ଦଳବେହେରା, ପୁର୍ବତନ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଦକ୍ଷୀଣ ଘୁମୁସର ବନଖଣ୍ଡ ଅଧିକାରୀ ବିପଶା ପାରୁଲ, ବନ୍ୟପ୍ରାଣୀ ପ୍ରେମୀ ସଭ୍ୟ ରମେଶ ପାତ୍ର, ପୂର୍ବତନ କାଉନସିଲର ଶାନ୍ତିଲତା ପାତ୍ର ଉପସ୍ଥିତ ଥିଲେ। ସେହିପରି ଡି ଚେଲପତି ରାଓ , ବାର ଆସୋସିଏସନ ସଭାପତି ଲକ୍ଷ୍ମୀ କାନ୍ତ ମହାପାତ୍ର , ଏମପି ପ୍ରତିନିଧି ସନ୍ତୋଷ ତିଆଡି ,ଏନ ଏ ସି ଉପଧକ୍ଷା ଶୁଭଶ୍ରୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ଖେଳାଳିଙ୍କୁ ସ୍ବାୟତ୍ତ ଶାସନ ଦିବସ ଦିନ ଟ୍ରଫି ସହ ସମ୍ବର୍ଦ୍ଧିତ କରାଯିବ।