
ଗଜପତି (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି):ଗଜପତି ଜ଼ିଲ୍ଲା ଅଡବା ଗ୍ରାମରେ ଥିବା ହରଭଙ୍ଗୀ ନଦୀ ରେ ବୁଡି ଯୁବକ ନିଖୋଜ, ନିଖୋଜ ଯୁବକ ଅଡବା ଖ୍ରୀଷ୍ଟିଆନ ସାହି ର ସୁବ୍ରତ ନାୟକ l ଗତକାଲି ମଧ୍ୟାହ୍ନ ସମୟରେ ସୁବ୍ରତ କିଛି ସାଙ୍ଗ ଙ୍କ ସହିତ ମିଶି ନଦୀ କୁ ମାଛ ଧରିବା ପାଇଁ ଯାଇ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ l ପରିବାର ଲୋକେ ମୋହନା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ହେଲେ ମିଳିନଥିଲେ ସୁବ୍ରତ। ପୁଣି ଆଜି ସକାଳ ୮ ଘଣ୍ଟ ସମୟରୁ ଖୋଜା ଖୋଜି ଚାଲିଥିବା ବେଳେ ବର୍ତମାନ ୧୮ ଘଣ୍ଟା ରୁ ଉର୍ଦ୍ଧ ହେବ ଏ ପର୍ଯ୍ୟନ୍ତ ନିଖୋଜ ଯୁବକ ଙ୍କ କୌଣସି ସନ୍ଧାନ ମିଳିପାରିନାହିଁ l ଫଳରେ ପରିବାର ର ଲୋକ ମାନେ ନିରାଶ ହୋଇ ଦୁଃଖ ରେ ଭାଙ୍ଗି ପଢ଼ିଛନ୍ତି l ଗ୍ରାମରେ ସକାକୁଳ ର ପରିବେଶ ଦେଖିବାକୁ ମିଳିଛି l