ଜଗନ୍ନାଥ ପ୍ରସାଦ ପୋଲିସ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର; ୧୦୭ ୟୁନିଟ ରକ୍ତ ସଂଗୃହିତ

ଜଗନ୍ନାଥ ପ୍ରସାଦ :୨୦/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ପୋଲିସ ସମିତି ପକ୍ଷରୁ ବୁଧବାର ଦିନ ସ୍ଥାନୀୟ ଥାନା ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼ଃ.ଦୀପକ କୁମାର ମିଶ୍ର ଯୋଗ ଦେଇ ପ୍ରଥମ ରକ୍ତଦାତା ଭାବେ ରକ୍ତ ଦାନ କରି ଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଡ଼ିଓ ମନ୍ମଥ ନାଥ ମଲ୍ଲିକ, ତହସିଲଦାର ଅଶୋକ କୁମାର ମୁଦୁଲି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଦାସ କିରଣ କୁମାର, କଲେଜ ଅଧକ୍ଷ ସନାତନ ସାହୁ, ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା, ଏସଆଈ ବଂଶୀଧର ମଲିକ, ଜ୍ୟୋତି ରଞ୍ଜନ ସାହୁ, ଏଏସଆଈ ଟି.ପ୍ରମିଳା ପ୍ରିୟବ୍ରତ ମିଶ୍ର, ସୁକାନ୍ତି ଦେଇ, ବ୍ରହ୍ମାନନ୍ଦ ପ୍ରଧାନ, ହାବିଲଦାର ପ୍ରିୟବ୍ରତ ରଣା, ଓପିଏଫ ଷ୍ଟାଫ, ଗୃହରକ୍ଷୀ ଷ୍ଟାଫ, ପ୍ରମୁଖ ରକ୍ତଦାନ କରିବା ସହ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡକ୍ରସ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ l ରକ୍ତଦାନ ଶିବିରରେ ସର୍ବାଧିକ ୧୦୭ୟୁନିଟ ରକ୍ତ ସଂଗୃହିତ ହୋଇଛି l ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ ଆକାଉଟେଣ୍ଟ ବିପିନ କୁମାର ପାଣିଗ୍ରାହୀ, ଲାବ ଟେକନିସିଆନ ଲଷ୍ମୀ ନୃସିଂହ ମାଝୀ, ଅନିଲ ମାହାର, ଗଣପତି ପ୍ରଧାନ, ଇତିଶ୍ରୀ ତ୍ରିପାଠୀ, ଅର୍ଚନା ସାହୁ, ଶ୍ୟାମସୁନ୍ଦର ପୃଷ୍ଟି, ହର୍ଷିତା ପ୍ରଧାନ, ସିମାଞ୍ଚଳ ସେଠି, ଗଣେଶ ନାଇକ ପ୍ରମୁଖ ରକ୍ତ ସଂଗୃହିତ କାର୍ଯ୍ୟରେ ସହଯୋଗ କରିଥିଲେ l