
ଜଗତ୍ସିଂହପୁର: ଶେଷରେ ବନ୍ଧା ହେଲେ ପ୍ରତାରକ ପୋଲିସ ଏସଆଇ । ଜଗତ୍ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ବିବାହ କରି ପ୍ରତାରିତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ୪ ମାସ ତଳେ ମାମଲା ରୁଜୁ ହୋଇଥିଲା । ହେଲେ ସେ ଫେରାର ଥିବା ଦର୍ଶାଇ ତାଙ୍କୁ ଗିରଫ କରି ନ ଥିଲା ଜଗତ୍ସିଂହପୁର ପୋଲିସ । ଗତକାଲି ତାଙ୍କୁ ବିଶାଖାପାଟଣାରୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ପୋଲିସ ଏସଆଇ ହେଲେ ବାଲେଶ୍ବର ଜିଲା ବାଲିଆପାଳ ଥାନା ରତେଇ ଗାଁର ଅମିତ୍ ପାଢ଼ୀ ।ନାବାଳିକାଙ୍କୁ ଫସେଇ ବିବାହଜଗତସିଂହପୁର ଥାନାରେ ନାବାଳିକା କରିଥିବା ଅଭିଯୋଗ ଅନୁସାରେ, ଏସଆଇ ଅମିତ ପୁରୀରେ ତାଲିମ ନେଉଥିବା ସମୟରେ ସାମାଜିକ ଗଣମାଧ୍ୟମ ଜରିଆରେ ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେତେବେଳେ ନାବାଳିକା ଜଣକ ୧୦ମ ଶ୍ରେଣୀରେ ଛାତ୍ରୀ ଥିଲେ । ସେ ନାବାଳିକାଙ୍କୁ ପ୍ରଥମେ ମନ୍ଦିର ଓ ପରେ ଏକ ହୋଟେଲରେ କୁଆଡ଼େ ବିବାହ କରିଥିଲେ। ବିବାହ ପରେ ବୋହୂ ହିସାବରେ ନାବାଳିକା ତାଙ୍କ ଶାଶୁଘରେ ରହୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶାଶୁ, ଶ୍ବଶୁର, ସ୍ବାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ନିର୍ଯାତନା ସହି ନ ପାରି ନାବାଳିକା ନିଜ ଘରକୁ ପଳାଇଥିଲେ । ଏ ନେଇ ଜଗତ୍ସିଂହପୁର ଥାନାରେ ନାବାଳିକା ଜଣକ ଅଭିଯୋଗ କରିଥିଲେ । ନାବାଳିକାଙ୍କ ଅଭିଯୋଗ ଆଧାରରେ ଜଗତ୍ସିଂହପୁର ଥାନାରେ ନଂ. ୨୯୦/୨୫ରେ ମାମଲା ରୁଜୁ ହୋଇଥିଲା।ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲା-ପୀଡ଼ିତାଙ୍କ ମା’ଜଗତ୍ସିଂହପୁର ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିଲା। ଏପରିକି କୋର୍ଟକୁ ଚାର୍ଜଶିଟ୍ ଦେଉ ନ ଥିବା ପୀଡ଼ିତା ଓ ତାଙ୍କ ମା’ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ପୁରୀ ଏସ୍ପିଙ୍କୁ ସୂଚନା ଦିଆଯିବା ପରେ ସେ ଅମିତ୍ଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ଏହା ଭିତରେ ଅମିତ୍ଙ୍କ ପରିବାର ଲୋକେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତଳକୋର୍ଟରୁ ଜାମିନ ପାଇ ସାରିଛନ୍ତି। କେବଳ ମୁଖ୍ୟ ଅଭିଯୁକ୍ତ ଅମିତ୍ଙ୍କୁ ଗିରଫ ପାଇଁ ପୋଲିସ ଚେଷ୍ଟା ଜାରି ରଖିଥିଲା।ଚୁଟି ଓ ଦାଢ଼ି ବଢ଼ାଇ ଚେହେରା ବଦଳାଉଥିଲେଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସ୍ପି ଭବାନୀ ଶଙ୍କର ଉଦଗାତା ସୂଚନା ଦେଇ କହିଛନ୍ତି, ମାମଲା ରୁଜୁ ହେବା ଜାଣି ପୋଲିସ ବାବୁ ଜଣକ ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତ ଅମିତ୍ଙ୍କଙ୍କୁ ଗିରଫ ପାଇଁ ସ୍ପେଶାାଲ ସ୍କ୍ୱାଡ୍ ଓ ଜଗତ୍ସିଂହପୁର ଥାନା ପୋଲିସ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ସମ୍ଭବ ହେଉ ନ ଥିଲା। କାରଣ ସେ କ୍ରମାଗତ ସ୍ଥାନ ଓ ମୋବାଇଲ ବଦଳାଉଥିଲେ। ଏପରି କି ଚେହେରା ବଦଳାଇବା ପାଇଁ ଚୁଟି ଓ ଦାଢ଼ି ଆଦି ବଢ଼ାଇଥିଲେ। ଧରା ନ ପଢ଼ିବା ପାଇଁ କେତେକ ଗୁପ୍ତ ସ୍ଥାନରେ ରହିଥିବାରୁ ସ୍ପେଶାଲ ସ୍ପାଡ୍ ଓ ଥାନା ପୋଲିସ ବାରମ୍ବାର ନିରାଶ ହେଉଥିଲେ। ତେବେ ଏହା ଭିତରେ ସ୍ପେଶାଲ ସ୍ଟ୍ରାଡ୍ ଏସ୍ଆଇ ଶୁଭ୍ରଜିତଙ୍କ ନେତୃତ୍ବରେ ଏକ ଦଳ ଗୁଣପୁର, ରାୟଗଡ଼ା ଓ କୋରାପୁଟରେ କ୍ୟାମ୍ପ କରି ନିରାଶ ହେବା ପରେ ଶେଷରେ ବିଶାଖାପାଟଣାରେ ୫ ଦିନ ରହି ଅମିତ୍ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।