ଚଣ୍ଡିଖୋଲକୁ ଏନଏସି ଦାବିରେ ବଡ଼ଚଣା ବିଜେଡ଼ି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଚଣ୍ଡିଖୋଲକୁ ଏନଏସି ମାନ୍ୟତା ଦାବୀରେ ଶୁକ୍ରବାର ଚଣ୍ଡିଖୋଲଛକ ବୁଦ୍ଧ ଦେବ ଙ୍କ ପ୍ରତିମୂର୍ତ୍ତି ନିକଟରେ ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ଏକ ଗଣଧାରଣା ଓ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା l ଏହି ଜନ ଆନ୍ଦୋଳନ କୁ ଯୁବ ନେତା କ୍ୟାପେଟେନ ରାଜ ନାରାୟଣ ମହାପାତ୍ର ନେତୃତ୍ୱ ନେଇ ଥିଲେ l ରାଜ୍ୟର ସାତଟି ଜିଲ୍ଲା ରେ ବାର ଟି ଅଂଚଳକୁ ବିଧିବଦ୍ଧ ଭାବରେ ଏନଏସି ଭାବରେ ସରକାର ଘୋଷଣା କରିଛନ୍ତି l ଚଣ୍ଡିଖୋଲର ଭୋଗଳିକ ସ୍ଥିତି ଥାଇ ଏନଏସି ରୁ ବାଦ ଦେଇ ବାର ଟି ସ୍ଥାନ କୁ ଏନଏସି ଘୋଷଣା କରିଛନ୍ତି l ପନ୍ଦର ଦିନ ମଧ୍ୟରେ ସରକାର ଚଣ୍ଡିଖୋଲକୁ ଏନଏସି ମାନ୍ୟତା ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ର ରୂପ ରେଖ ନେବ ବୋଲି ନେତା ମାନେ ସରକାର କୁ ଚେତା ବାଣୀ ଦେଇଛନ୍ତି । ଏହି ପ୍ରତିବାଦ ସଭାରେ ବଡ଼ଚଣା ବିଜେଡି ସଭାପତି ତାପସ ରାୟ ଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭା ରେ ବିଜେଡି ବରିଷ୍ଠ ନେତା ଯୁବ ଛାତ୍ର ନେତା ମହିଳା ନେତ୍ରୀମାନେ ଚଣ୍ଡିଖୋଲ ପ୍ରତି ବିଜେପି ସରକାର ଚଣ୍ଡିଖୋଲକୁ ବୈମାତୃକ ଭାବ ପୋଷଣ କରୁଛନ୍ତି । ଚଣ୍ଡିଖୋଲ ର ହକ ପ୍ରତି ଅବିଚାର କରୁଛନ୍ତି ବୋଲି ସରକାର କୁ କଡା ସମାଲୋଚନା କରିଥିଲେ ଓ ପନ୍ଦର ଦିନ ମଧ୍ୟରେ ଚଣ୍ଡିଖୋଲ କୁ ଏନଏସି ମାନ୍ୟତା ନଦେଲେ ମୁଖ୍ୟମନ୍ତ୍ରୀ ସହ ମନ୍ତ୍ରୀ ମାନଙ୍କୁ ଚଣ୍ଡିଖୋଲ ଦେଇ ଛାଡି ଛାଡ଼ିବେ ନାହଁ ବୋଲି ବିଜେଡି ନେତା ମାନେ ଧମକ ଦେଇଥିଲେ l ସୂଚନା ଯୋଗ୍ୟ ଯେ ବିଜେଡି ସରକାରଙ୍କ ସମୟ ରେ ଚଣ୍ଡିଖୋଲ କୁ ଏନଏସି ଘୋଷଣା କରା ଯାଇଥିଲା l ଡବଲ ଇଞ୍ଜିନ ସରକାର ରାଜନୈତିକ ଅଭିସନ୍ଧି ରଖି ଚଣ୍ଡିଖୋଲ କୁ ଏନଏସି ରୁ ବାଦ ଦେଲେ । ଏଠାକାର ଜନ ପ୍ରତିନିଧି ଚୁପ ରହିବା ଏବଂ ପୂର୍ବ ସରକାର ଙ୍କ ଘୋଷଣା କାର୍ଯ୍ୟକାରୀ ନ କରିବାକୁ ନେତା ମାନେ ତୀବ୍ର ସମାଲୋଚନା କରିଥିଲେ।