
ଡାକ ବିଭାଗ ୩୦ ଜୁଲାଇ, ୨୦୨୫ ରେ ଯୁକ୍ତରାଷ୍ଟ୍ର ସରକାର ଦ୍ୱାରା ଜାରିକୃତ କାର୍ଯ୍ୟାଦେଶ ସଂଖ୍ୟା ୧୪୩୨୪କୁ ଧ୍ୟାନରେ ନେଇଛି । ଏହି ଆଦେଶାନୁସାରେ, ୨୯ ଅଗଷ୍ଟ ୨୦୨୫ ରୁ USD ୮୦୦ ପର୍ଯ୍ୟନ୍ତ ମୂଲ୍ୟର ପଣ୍ୟ ପାଇଁ ରହିଥିବା ଶୁଳ୍କମୁକ୍ତ “ଡି-ମିନିମିସ୍”ଛାଡ଼କୁ ବିଲୋପ କରାଯିବ । ଏହାର ପରିଣାମରୂପେ, ଆମେରିକାକୁ ପଠାଯାଇଥିବା ସମସ୍ତ ଆନ୍ତର୍ଜାତୀୟ ଡାକୀୟ ସାମଗ୍ରୀ, ସେଥିରେ ମୂଲ୍ୟ କେତେ ବି ହେଉ, IEEPA (International Emergency Economic Power Act) ଅନୁଯାୟୀ ଶୁଳ୍କ ଅଧୀନରେ ପଡିବ । ତଥାପି, USD ୧୦୦ ପର୍ଯ୍ୟନ୍ତ ମୂଲ୍ୟର ଉପହାର ସାମଗ୍ରୀ ଶୁଳ୍କରୁ ମୁକ୍ତ ରହିବ ।
କାର୍ଯ୍ୟାଦେଶ ଅନୁସାରେ, ଆନ୍ତର୍ଜାତୀୟ ଡାକ ଜାଳିକା ମାଧ୍ୟମରେ ପ୍ରେଷଣ କରୁଥିବା ବିମାନ ବାହକ ସଂସ୍ଥାଗୁଡ଼ିକ କିମ୍ବା U.S. CBP ଦ୍ୱାରା ଅନୁମୋଦିତ “ଯୋଗ୍ୟ ପକ୍ଷଗୁଡ଼ିକ”କୁ ପୋଷ୍ଟାଲ୍ ପ୍ରେଷଣରୁ ଶୁଳ୍କ ଆଦାୟ କରି ସରକାରଙ୍କୁ ଦେବାକୁ ପଡିବ । ୧୫ ଅଗଷ୍ଟ ୨୦୨୫ ରେ CBP କିଛି ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ “ଯୋଗ୍ୟ ପକ୍ଷ” ଚିହ୍ନଟ, ଶୁଳ୍କ ଆଦାୟ ଓ ଦାଖଲ ପ୍ରଣାଳୀ ସମ୍ପର୍କରେ ପ୍ରମୁଖ ପ୍ରକ୍ରିୟାଗୁଡ଼ିକ ସ୍ପଷ୍ଟ ନୁହେଁ ।
ଏହାର ପରିଣାମରେ, U.S. bound air carriers (ଆମେରିକାଗାମୀ ବିମାନ ବାହକ) ଅପରେସନାଲ୍ ଓ ପ୍ରାୟୋଗିକ ପ୍ରସ୍ତୁତିର ଅଭାବ ଦେଖାଇ ୨୫ ଅଗଷ୍ଟ ୨୦୨୫ ପରେ ଡାକୀୟ ସାମଗ୍ରୀ ଗ୍ରହଣ କରିବାରେ ଅସମର୍ଥତା ପ୍ରକାଶ କରିଛନ୍ତି ।ଏହି ପରିସ୍ଥିତିରେ, ଡାକ ବିଭାଗ ୨୫ ଅଗଷ୍ଟ ୨୦୨୫ ରୁ ଆମେରିକାଗାମୀ ସମସ୍ତ ପ୍ରକାର ଡାକୀୟ ସାମଗ୍ରୀର ବୁକିଂକୁ ଅସ୍ଥାୟୀ ଭାବରେ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି । କେବଳ ପତ୍ର/ଦଲିଲ ଓ USD ୧୦୦ପର୍ଯ୍ୟନ୍ତ ମୂଲ୍ୟର ଉପହାର ସାମଗ୍ରୀକୁ ଛାଡ଼ ଦିଆଯିବ ଏବଂ ଏଗୁଡ଼ିକୁ CBP ଓ USPS ପକ୍ଷରୁ ପୁନର୍ବାର ସ୍ପଷ୍ଟତା ମିଳିବା ପର୍ଯ୍ୟନ୍ତ ଆମେରିକାକୁ ପଠାଯିବ ।ଡାକ ବିଭାଗ ସମସ୍ତ ସମ୍ପୃକ୍ତ ପକ୍ଷ ସହିତ ସମନ୍ୱୟ ରଖି ସମସ୍ତ ପରିସ୍ଥିତିକୁ ନିକଟରୁ ନଜର ରଖୁଛି ଓ ସବୁଠାରୁ ଶୀଘ୍ର ସାଧାରଣ ସେବା ପୁନରୁଦ୍ଧାର ପାଇଁ ଚେଷ୍ଟା କରୁଛି ।ସମସ୍ତ ଗ୍ରାହକ ଆଗରୁ ଏମିତି ଡାକୀୟ ସାମଗ୍ରୀ ବୁକ୍ କରିଥିବେ ଯାହାକି ବର୍ତ୍ତମାନ ଆମେରିକାକୁ ପଠାଯାଇପାରିବ ନାହିଁ । ସେମାନେ ଡାକ ଶୁଳ୍କର ଫେରୋତି ଚାହିଁପାରିବେ ।
ଡାକ ବିଭାଗ ଗ୍ରାହକମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଗଭୀର ଦୁଃଖ ପ୍ରକାଶ କରୁଛି ଏବଂ ଶୀଘ୍ରତମ ସମୟରେ ଆମେରିକାକୁ ପୂର୍ଣ୍ଣ ସେବା ପୁନରାରମ୍ଭ ପାଇଁ ସମସ୍ତ ପ୍ରୟାସ ହେଉଥିବାର ଆଶ୍ୱାସନା ଦେଇଛି ।