ତନରଡ଼ା ଅଷ୍ଟମ ସ୍ୱତନ୍ତ୍ର ଭାରତ ସରଂକ୍ଷିତ ବାହିନୀ ତରଫରୁ ଫିଟ ଇଣ୍ଡିଆ ସାଇକେଲ ଚାଳନା ଅନୁଷ୍ଠିତ

ଭଞ୍ଜନଗର ୨୪/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ସ୍ଥିତ ତନରଡ଼ା ଅଷ୍ଟମ ସ୍ୱତନ୍ତ୍ର ଭାରତ ସରଂକ୍ଷିତ ବାହିନୀ ତରଫରୁ ଭାରତ ସରକାର ଙ୍କ ଠାରୁ ଆସିଥିବା ବାର୍ତା ଫିଟ ଇଣ୍ଡିଆ ସାଇକେଲ ଚାଳନା କରାଯାଇଛି। ଏହି ଜନହିତ କାର୍ଯ୍ୟକୁ ସଫଳ ରୂପାୟନ କରିଯାଇଛି। ଆଜିର ଏହି କାର୍ଯ୍ୟକୁ ଅଷ୍ଟମ ବାଟାଲିୟନ ର ଦୁର୍ଗପତି ସୁଧାକର ମିଶ୍ର ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଵା ସହ ଯବାନ ମାନଙ୍କୁ ସାଇକେଲ ଚାଳନା ମାଧ୍ୟମରେ ନିଜର ଶରୀର ସର୍ବଦା ସୁସ୍ଥ ରଖିବାକୁ ବାର୍ତା ଦେଇଥିଲେ। ଏହି ସମସ୍ତ କାର୍ଯ୍ୟର ନେତୃତ୍ୱ ନେତୃତ୍ୱ ନେଇଥିଲେ ଉପଡୁ଼ର୍ଗପତି ଲଳିତ କୁମାର ବାଘ ଏବଂ ଅଜୟ କୁମାର ମୁର୍ମୁ। ଏହି ସମସ୍ତ କାର୍ଯ୍ୟର ପରିଚାଳନା କରିଥିଲେ ସହକାରୀ ଦୁର୍ଗପତି ମନୋରଞ୍ଜନ ତରାଇ। ଅନ୍ୟ ମାନଙ୍କ ମଧ୍ୟରେ ଉପନିରୀକ୍ଷକ ଲକ୍ଷ୍ମୀକାନ୍ତ ନାୟକ, ଗିରିଶ ଚନ୍ଦ୍ର ମାଝୀ, ସହକାରୀ ନିରୀକ୍ଷକ ଧନ ବହାଦୁର ଥାପ୍ପା, ବରିଷ୍ଠ ହାବିଲଦାର ପ୍ରହଲ୍ଲାଦ ରାଉତ, କିଶୋର କୁମାର ନାୟକ, ଇଶ୍ଵର ଚନ୍ଦ୍ର ଲେଙ୍କା, ସନ୍ତୋଷ କୁମାର ଥାପା ଉପସ୍ଥିତ ରହି ସହଯୋଗ କରିଥିଲେ। ବାଟାଲିୟନ ର ପ୍ରାୟ ୭୦ ଜଣ ଅଫିସର ଓ ଯବାନ ମିଶ୍ରିତ ଭାବେ ସାଇକେଲ ଚାଳନା ରେ ଭାଗ ନେଇ ଭାରତ ସରକାର ଙ୍କ ଫିଟ ଇଣ୍ଡିଆ ସାଇକେଲ ଚାଳନା କୁ ସଫଳ କରି ଜନସାଧାରଣ ଙ୍କୁ ଉଦାହରଣ ସୃଷ୍ଟି କରିଥିଲେ। ଏହି ସାଇକେଲ ଚାଳନା ଅଷ୍ଟମ ବାଟାଲିୟନ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବେଲଗୁଣ୍ଠା ବ୍ଲକ ଅଫିସ ରାସ୍ତା ଏବଂ ଗୁଡ଼ିପଲି ଦେଇ ପ୍ରାୟ ଛଅ କିଲୋମିଟର ଅତିକ୍ରମ କରି ପରିଶେଷରେ ଅଷ୍ଟମ ବାଟାଲିୟନ କାର୍ଯ୍ୟାଳୟରେ ସାଇକେଲ ଚାଳନା ସମାପ୍ତ ହୋଇଥିଲା। ବେଲଗୁଣ୍ଠା ଥାନାର ପୋଲିସ କର୍ମଚାରୀ ମାନେ ମୁଖ୍ୟ ରାସ୍ତା କୁ ଟ୍ରାଫିକ ନିୟନ୍ତ୍ରଣ କରି ସହଯୋଗ କରିଥିଲେ। ଶେଷରେ ଅଷ୍ଟମ ବାଟାଲିୟନ ର ଦୁର୍ଗପତି ସୁଧାକର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।