ଭଞ୍ଜନଗର: ଦାଦିଜୀଙ୍କ ପୁଣ୍ୟ ତିଥିରେ ରକ୍ତଦାନ ଶିବିର ଅନୁଷ୍ଠିତ

ଭଞ୍ଜନଗର ୨୫/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ର ମୁଖ୍ୟାଳୟ ମାଉଣ୍ଟ ଆବୁର ପୂର୍ବତନ ପ୍ରଶାସିକା ରାଜଯୋଗିନୀ ଦାଦୀ ପ୍ରକାଶ ମଣିଙ୍କ ୧୮ତମ ପୂଣ୍ୟ ତିଥିରେ ଭଞ୍ଜନଗରର ଶାନ୍ତିସ୍ରୋତ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ଉତ୍ତର ଘୁମୁସର ବନାଞ୍ଚଳ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ଏମ.ଭି.ଆଇ କିଶୋର କୁମାର ଦେ, ଷ୍ଟେଟ ବ୍ୟାଙ୍କ ପରିଚାଳକ ଶ୍ରୀ ହୃଷିକେଶ ବେହେରା, ଉପଖଣ୍ଡ ଚିକିତ୍ସାଳୟର ଡ. ସତୀଶ ମୋହନ ପାଢ଼ୀଙ୍କ ସହ ସହକର୍ମୀ ବିପିନ୍ କୁମାର ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାଝି ଓ ଅର୍ଚ୍ଚନା ସାହୁ,ବିପଦର ବନ୍ଧୁ ଅରୀକ୍ଷିତ ପରିଛା,ପ୍ରତିଦିନ ଟିଭି ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକ ,ୟୁଜେଏ ଗଞ୍ଜାମ ଜିଲ୍ଲା ସମ୍ପାଦକ ଜୟ କୃଷ୍ଣ ପଟ୍ଟନାୟକ, ସମାଜସେଵୀ ଶୂଳପାଣି ଶତପଥୀ ଉପସ୍ଥିତ ଥିଲେ ।ଦାଦୀଜୀ ତ୍ୟାଗ , ତପସ୍ୟା ,ମିଠାବାଣୀ କିପରି ସାରା ବିଶ୍ୱସ୍ତରରେ ସୃଷ୍ଟି କରିଥିବା ବନ୍ଧୁତା ଭାବକୁ ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ବ୍ରହ୍ମା କୁମାର ବୈକୁଣ୍ଠ ଭାଇ ସଭା ପରିଚାଳନା କରିଥିବା ବେଳେ ବ୍ରହ୍ମା କୁମାରୀ ପ୍ରାପ୍ତି ଭଉଣୀ ଧନ୍ୟବାଦ ଜ୍ଞାପନ କରିଥିଲେ। ୪୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବ୍ରହ୍ମା କୁମାରୀ ଅଲିଭା, ଅନୀତା, ପିଙ୍କି, ପ୍ରାପ୍ତି ଭଉଣୀ ସମେତ ଅନ୍ୟ ଭାଇଭଉଣୀଙ୍କ ସହଯୋଗରେ ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟ ସଂପାଦନ ହୋଇଥିଲା ।