
ଗଜପତି (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)
ଲଗାଣ ମୌସୁମୀ ବର୍ଷା ହେବା ଫଳରେ ୮କିଲୋମିଟର ପ୍ରଧାନ ମନ୍ତ୍ରୀ ସଡ଼କ ପଥ ନିର୍ମାଣ ହୋଇଥିବା ରାସ୍ତା ବର୍ତ୍ତମାନ ମାଟି ପୁଚ୍ ପୁଚ୍ ଖାଲଖମା ହୋଇ ବର୍ଷା ଜଳ ଜମି ରହିଛି, ଫଳରେ ରାସ୍ତାରେ ଚଳାଚଳ କରୁଥିବା ଯାନ ବାହାନ ଖାଲଖମାରେ ଫସି ଦିବାରାତ୍ର ବାହାର କରିବାରେ ଲାଗି ରହୁଛନ୍ତି ଗାଡ଼ି ଡ୍ରାଇଭର ଓ ହେଲପ ର I ଏପରି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚୁଡ଼ଙ୍ଗପୁର ତ୍ରିମୁଖୀ ଛକ ଠାରୁ ଝରଣପୁର ପର୍ଯ୍ୟନ୍ତ ସଂଯୋଗ କରୁଥିବା ୮କିଲୋମିଟର ନିର୍ମିତ ପ୍ରଧାନ ମନ୍ତ୍ରୀ ସଡ଼କ ପଥରେ I ଚୁଡ଼ଙ୍ଗପୁର ତ୍ରିମୁଖୀ ଛକ ପଶ୍ଚିମ ଦିଗ ଦେଇ ଗୁମିଗୁଡା, ତେନ୍ତୁଳି ସାହି, ବେଶରୀଗୁଡ଼ା, ପାଲକୁଆ, ଶିଆଳିଲଟି, ଝରଣପୁର ଦେଇ, ନୂଆଗଡ଼ ବ୍ଲକର ସୁନ୍ଦରଡାଙ୍ଗ, ବୁରିପଦର, ବୁରକାପଟା, କିରାମା, ନିଧିଗୁଡ଼ି, ପାଟାଙ୍ଗପଦର, ଡାଳିମ୍ବପୁର ଏବଂ ଗୁଲୁବା ପଞ୍ଚାୟତର ମୁଠାଗୁଡା, ରାମଗୁଡା, ଲଦିଗୁଡା, ତୁବୁରସାହି, କଲେମା, ରାଇପଙ୍କା, ଡକେର ପଙ୍କା ବ୍ୟତୀତ ଅନେକ ଛୋଟ ବଡ଼ ୫୦ ରୁ ଉର୍ଦ୍ଧ ଗାଁ ରହିଥିବା ବେଳେ ୧୦ ହଜାର ରୁ ଉର୍ଦ୍ଧ୍ବ ଜନ ସଂଖ୍ୟା ରହିଛି I ଅଞ୍ଚଳ ବାସୀ ମୁଖ୍ୟ ବଜାର, ମେଡିକାଲ ଏବଂ ପିଲାମାନଙ୍କ ସ୍କୁଲ କଲେଜ ମୋହନା, ଚନ୍ଦ୍ରଗିରି ଏବଂ ବ୍ରହ୍ମପୁର ବଜାର ଓ ସହର ଉପରେ ନିର୍ଭର କରିଥାନ୍ତି I ଏହାବ୍ୟତୀତ ମୋହନା, ଚନ୍ଦ୍ରଗିରି , ଚାନ୍ଦିପୁଟ, ଛେଳିଗଡ଼ର ଅନେକ ବିଭିନ୍ନ ବ୍ୟବସାୟୀ ମାନେ ଉକ୍ତ ରାସ୍ତା ଦେଇ କିରାମା, ଅନୁଗୁର ଓ ସମ୍ବଲପୁର ହାଟ କୁ ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଯାଇ ବ୍ୟବସାୟ ବାଣିଜ୍ୟ କରିବାକୁ ଯାତାୟାତ କରନ୍ତି, ଶିକ୍ଷକ ମାନେ ମୋହନା ରୁ କିରାମା, ଅନୁଗୁର ସ୍କୁଲକୁ ଯାଇ ପ୍ରତିଦିନ ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦାନ କରିବାକୁ ଯାଇଥାନ୍ତି I ରାସ୍ତା ଖାଲଖମା ଝରାଜୀର୍ଣ୍ଣ ଥିବାରୁ ନାହିଁ ନ ଥିବା ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି I ତେଣୁ ତୁରନ୍ତ ରାସ୍ତାର ସମସ୍ୟା ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଅଞ୍ଚଳ ବାସୀ I