
ରାଇରଙ୍ଗପୁର 26/08 (ଶ୍ଯାମଳେନ୍ଦୁ ପରିଡା, ରାଇରଙ୍ଗପୁର ପ୍ରତିନିଧି) ବିହାରୀ ସଂପ୍ରଦାୟର ଆଧ୍ଯାତ୍ମିକ ତୀଜ ପୁଜା ମହାସମାରୋହରେ ପାଳିତ ହୋଇ ଯାଇଛି। ଦୀର୍ଘ ୨୪ ଘଣ୍ଟାର ନିର୍ଜଳା ଉପବାସ ର ଏହି ପୁଜା ନାରୀମାନେ ନିଜ ସ୍ବାମୀର ଦୀର୍ଘ ଓ ନିରୋଗ ଜୀବନ ପାଇଁ ପାଳନ କରିଥାନ୍ତି। ଅବଧେଶ ମିଶ୍ରଙ୍କ ମାର୍ଗଦର୍ଶନ ଓ କାନ୍ତି ଦେବୀଙ୍କ ସହଯୋଗରେ ଆୟୋଜିତ ଏହି ଧାର୍ମିକ ଓ ପାରମ୍ପରିକ ତୀଜ ପୁଜାରେ ପୁଜାରୀନି ଗୀତା ଦେବୀ, ସନ୍ତୋଷି ରାମ, କେଶରୀ ଦାସ, ମଂଜୁ ରାମ , ମମତା ମନୋଜ ଦାସ, ପୁଷ୍ପା ରାମ, ମମତା ଦୀପକ ଦାସ ,ସୋନୁ ରାମ ଓ ଅନ୍ଯାନ୍ଯ ପୁଜାରୀନି ମାନେ ଏହି ବ୍ରତ ଟି କୁ ଆନ୍ତରିକତାର ସହିତ ମନ ଧ୍ଯାନ ଦେଇ ପୂଜା ଅର୍ଚ୍ଚନା କଲେ। କୁହାଯାଏ ଯେ ଶିବ-ପାର୍ବତୀଙ୍କ ଏହି ପୁଜା ଅନୁଷ୍ଠାନ କଲେ ଘରେ ସୁଖ ଶାନ୍ତି ସହିତ ନିରୋଗ ଜୀବନ ଯାପନ ସମ୍ଭବ ହୋଇ ଥାଏ। ରାଜ କୁମାର ରାମ, ବିଜୟ କୁମାର ରାମ, ବିନୋଦ ଦାସ, ରାଜେଶ ରାମ, ମନୋଜ ଦାସ, ରଂଜିତ ରାମ, ରଂଜନ ରାମ, ଦୀପକ ଦାସ ପୁଜାରେ ଉପସ୍ଥିତ ରହି ସହଯୋଗ କରିଥିଲେ।