ଭଞ୍ଜନଗର ଥାନାରେ ଗଜାନନ ଶ୍ରୀ ଗଣେଶ ଙ୍କ ଶିଳା ନିର୍ମିତ ମୂର୍ତ୍ତି ସ୍ଥାପନ

ଭଞ୍ଜନଗର ୨୭/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସାରା ଦେଶରେ ବର୍ତ୍ତମାନ ଆଧ୍ୟାତ୍ମିକ ପରିବେଶ । ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ବିଭିନ୍ନ ସୋନ୍ଦର୍ଯ୍ୟତା ର ସହ ପୂଜା ପାଉଛନ୍ତି ଗଣନାୟକ। ଏଥି ମଧ୍ୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ବହୁ ଆଡମ୍ବରରେ ଶିଳାରେ ନିର୍ମିତ ଗଣେଶ ଙ୍କ ଏକ ନିଖୁଣ କାରୁକାର୍ଯ୍ୟ ର ମୂର୍ତ୍ତି ଥାନା ପରିସରରେ ସ୍ଥାପନ କରାଯାଇଛି। ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କ ଆଦର୍ଶ ବା ଇଛାଶକ୍ତି ବଳରେ ଥାନା ମଧ୍ୟରେ ଦୁଇଟି କ୍ଷୁଦ୍ର କୁତ୍ରିମ ଉଦ୍ୟାନ କରାଯାଇଛି। ସେହି ଉଦ୍ୟାନ ମଧ୍ୟରେ ଖୋଲା ଆକାଶ ତଳେ ମୂର୍ତ୍ତିକୁ ସ୍ଥାପନ କରିବା ସହ ମାର୍ବଲ ରେ ଏକ ମନ୍ଦିର ମଧ୍ୟ ଦେଖିବାକୁ ମିଳିଛି। ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଥୀ ଏକ ମହେନ୍ଦ୍ର ତିଥି । ଏଥିନିମନ୍ତେ ହୋମାଦି ପୂଜାର୍ଚନା କରି ଶିଳା ମୂର୍ତ୍ତି କୁ ସ୍ଥାପନ କରାଯାଇଛି। ମୂର୍ତ୍ତି ପ୍ରତିଷ୍ଠା ରେ କର୍ତ୍ତା ଭାବେ ଥାନା ଏସ ଆଇ ଲକ୍ଷ୍ମୀଧର ମହାନ୍ତି ପୂଜାରେ ବସିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସ ପି ରଞ୍ଜନ କୁମାର ଦେ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼. ଦୀପକ କୁମାର ମିଶ୍ର, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସ ଆଇ ସମୀର କୁମାର ସେଠି, ଜ୍ୟୋସ୍ନାମୟୀ ସାହୁ, ଲିପିନା ବିଶ୍ୱାଳ, ଏ ଏସ ଆଇ ବିଦେଶୀ ବେହେରା, ଶରତ କୁମାର ପଣ୍ଡା, ସତ୍ୟନାରାୟଣ ମଲ୍ଲିକ, ରୁଦ୍ରପ୍ରତାପ କହଁର, ହାବିଲଦାର ଦିଲୀପ କୁମାର ରାଉତ, ଷଷ୍ଠୀ ପ୍ରସାଦ ମିଶ୍ର, କନଷ୍ଟେବଳ କେ. ପି ରେଡି,ସନ୍ତୋଷ ନାୟକ, ପଙ୍କଜ ବିଷୋୟୀ, ରାଘବ ବିଷୋୟୀ,ରଶ୍ମିତା ଗୌଡ଼,ବାବୁଲା ନାୟକ, ନରେଶ ଶବର ଗୃହରକ୍ଷୀ ଗଜେନ୍ଦ୍ର ସ୍ୱାଇଁ, ପି. ହେମନ୍ତ ରାଓ,ମଣ୍ଟୁ ପଣ୍ଡା ଦିବ୍ୟ ସିଂ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଗଣେଶ ପୂଜା ଅବସରରେ ଭଞ୍ଜନଗର ଥାନାଧିକାରୀଙ୍କ ଜୀବନାନନ୍ଦ ଜେନା ଙ୍କ ଏହି ମହାନ କାର୍ଯ୍ୟ ପାଇଁ ଜନସାଧାରଣ ଭୁରି ଭୁରି ପ୍ରଶଂସା କରିଥିବା ଜଣାପଡିଛି।