
ଢେଙ୍କାନାଳ : ଘଟଣାକୁ ୨୪ଘଣ୍ଟା ବିତିଗଲାଣି ହେଲେ ଶିଶୁପୁତ୍ର ମିଳୁନି । ଘର ଅଗଣାରୁ ଦେଢ଼ ବର୍ଷର ଶିଶୁପୁତ୍ର ନିଖୋଜ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା କନକା ଗାଁରୁ ଆସିଛି ଅଭିଯୋଗ । ଗତକାଲି ମଧ୍ୟାହ୍ନରେ କନକା ଗାଁର ହୃଦାନନ୍ଦ ପ୍ରଧାନ କାମକୁ ଯିବା ପରେ ତାଙ୍କ ସ୍ତ୍ରୀ ଦେଢ଼ ବର୍ଷର ଶିଶୁପୁତ୍ରକୁ ଘରେ ଛାଡ଼ି ଘର ପଛପଟ ଜଙ୍ଗଲକୁ ଛେଳି ଛାଡ଼ିବାକୁ ଯାଇଥିଲେ।ଘରକୁ ଫେରି ଆସିବା ପରେ ପୁଅକୁ ପାଇନଥିଲେ। ବହୁ ଖୋଜାଖୋଜି ପରେ ପୁଅକୁ ନପାଇବାରୁ ପରିବାର ଲୋକ ରାସୋଳ ଥାନାରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ଘର ପାଖ ଅଞ୍ଚଳ,କୂଅ,ପୋଖରୀ ବହୁ ଖୋଜାଖୋଜି କରିବାପରେ ଶିଶୁପୁତ୍ରକୁ ପାଇନଥିଲେ।