
ଦିଲ୍ଲୀ ପ୍ରିମିଅର ଲିଗ ୨୦୨୫ରେ ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଏଲିମିନେଟର ମ୍ୟାଚରେ ୱେଷ୍ଟ ଦିଲ୍ଲୀ ଲାୟନ୍ସ ସାଉଥ ସୁପରଷ୍ଟାରର୍ସକୁ ୭ ୱିକେଟରେ ହରାଇଛି । ଏହି ମ୍ୟାଚରେ ୱେଷ୍ଟ ଦିଲ୍ଲୀ ଲାୟନ୍ସ ଟିମ ପାଇଁ ଅଧିନାୟକ ନୀତିଶ ରାଣା ଶତକ ମାରି ଟିମକୁ ବିଜୟ ଦେଇଛନ୍ତି । କିନ୍ତୁ ଏହି ମ୍ୟାଚରେ ବୋଲର ଦିଗବେଶ ରାଠିଙ୍କ ସହିତ ହାତାହାତି ହେବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି ।ସୂଚନା ମୁତାବକ, ଦିଲ୍ଲୀ ପ୍ରିମିଅର ଲିଗ ୨୦୨୫ ଲିଗ୍ ମ୍ୟାଚରେ ଦିଗବେଶ ରାଠି ବଲ୍ ଫୋପାଡିବା ପାଇଁ ରନ୍ ଅପ୍ ନେଇ କ୍ରିଜ ନିକଟକୁ ଆସନ୍ତି । କିନ୍ତୁ ଏହାପରେ ବଲ୍ ପକାନ୍ତି ନାହିଁ । ସେତେବେଳେ ଷ୍ଟ୍ରାଇକ ଏଣ୍ଡରେ ଥିବା ନୀତିଶ କୁମାର ରାଣାଙ୍କୁ ଅକଳ ହୋଇଛି । ଏପଟେ ପୁଣି ଥରେ ଦିଗବେଶ ବୋଲିଂ କରିବାକୁ ଆସୁଥିବା ବେଳେ ନୀତିଶ ଷ୍ଟମ୍ପ ଆଗରୁ ହଟିଯାଇଛି । ଏହାପରେ ଦୁଇ ଖେଳାଳିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଉ ନୀତିଶ ରାଗରେ ଦିଗବେଶଙ୍କୁ କିଛି ଈଶାରା କରୁଥିବାର ନଜର ଆସିଛନ୍ତି । ଏହାପରେ ଦିଗବେଶଙ୍କ ଆଉ ଏକ ବଲରେ ନୀତିଶ ଛକା ମାରୁଛନ୍ତି । କିନ୍ତୁ ମାମଲା ଏତିକିରେ କମିନାହିଁ, ଦୁଇ ଖେଳାଳିଙ୍କ ମଧ୍ୟରେ ଯକ୍ତିତର୍କ ମଧ୍ୟ ହୋଇଛି । ଏହାପରେ ସମସ୍ତ ଖେଳାଳି ଏକାଠି ହୋଇ ୨ ଜଣଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି ।ଏହି ମ୍ୟାଚରେ ଦକ୍ଷିଣ ଦିଲ୍ଲୀ ସୁପରଷ୍ଟାର୍ସ ପ୍ରଥମେ ବ୍ୟାଟିଂ କରି ୨୦୧ ରନ୍ କରିଥିଲା । ଦଳ ପକ୍ଷରୁ ତେଜସ୍ୱୀ ଦହିଆ ସର୍ବାଧିକ ୬୦ ରନ୍ କରିଥିଲେ । ଏହା ପରେ ବଡ଼ ଟାର୍ଗେଟ ପିଛା କରିବାକୁ ଆସିଥିବା ପଶ୍ଚିମ ଦିଲ୍ଲୀ ଲାୟନ୍ସର ଆରମ୍ଭ ଭଲ ନଥିଲା । ଯେତେବେଳେ ଅଙ୍କିତ କୁମାର ଏବଂ ଆୟୁଷ ଦୋସେଜା ଶୀଘ୍ର ପ୍ୟାଭିଲିୟନ ଫେରିଗଲେ । ଦିଲ୍ଲୀ ଲାୟନ୍ସ ଅଧିନାୟକ ନୀତିଶ ରାଣା ୫୫ ବଲରେ ୧୩୪ ରନ୍ କରିଥିଲେ, ଯେଉଁଥିରେ ୮ ଚୌକା ଏବଂ ୧୫ ଛକା ସାମିଲ ରହିଛି । ତାଙ୍କ ଯୋଗୁଁ ହିଁ ଦଳ ୭ ୱିକେଟରେ ଜିତିପାରିଥିଲା । ତାଙ୍କ ଭଲ ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ପାଇଥିଲେ।