

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ମଞ୍ଚରୁ ନୂଆ NAC ଓ ମ୍ୟୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 16ଟି ନୂଆ NAC ଘୋଷଣା କରାଯାଇଥିବା ବେଳେ 7ଟି ନୂଆ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 10ଟି ଜିଲ୍ଲା ଯେପରିକି, ବଲାଙ୍ଗିର, ବରଗଡ଼, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମଯୂରଭଞ୍ଜ ଆଦି ଜିଲ୍ଲାର 16ଟି ସ୍ଥାନକୁ ଏନ୍ଏସି ଘୋଷଣା କରାୟାଇଥିବା ବେଳେ ମୟୂରଭଞ୍ଜ, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାର 7ଟି ସ୍ଥାନକୁ ମ୍ୟୁନିସିପାଲିଟି ଘୋଷଣା କରାଯାଇଛି।16ଟି ନୂଆ NAC ମଧ୍ୟରେ ରହିଛି-ଲୋଇସିଂହା, ସୋହେଲା, ସାଲେପୁର, ବଡମ୍ବା, ନରସିଂହପୁର, ଗନ୍ଦିଆ, ଜଗନ୍ନାଥ ପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଟାଙ୍ଗୀ, ବୋରିଗୁମା, କପ୍ତିପଦା, ଯଶିପୁର, ଜୟପାଟଣା, ରାସଗୋବିନ୍ଦପୁର
ଘୋଷିତ 7ଟି ନୂଆ ମ୍ୟୁନିସିପାଲିଟି-ଆସ୍କା, ଭଞ୍ଜନଗର, କବିସୂର୍ଯ୍ୟନଗର, ଛତ୍ରପୁର, ପୋଲସରା, କରଞ୍ଜିଆ, ବୌଦ୍ଧ
ରାଜ୍ୟରେ ୧୬ଟି ନୂତନ ଏନ୍ଏସି ଯଥା ବଲାଙ୍ଗିର ଜିଲ୍ଲାର ଲୋଇସିଂଗା, ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡମ୍ବା, ନରସିଂହପୁର, ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଏବଂ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର। ସେହିଭଳି ୭ଟି ନୂତନ ମ୍ୟୁନିସିପାଲିଟି ଯଥା- ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବୌଦ୍ଧ ଜିଲ୍ଲାର ବୌଦ୍ଧ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଏବଂ ପୋଲସରା ମ୍ୟୁନିସିପାଲିଟି ପ୍ରତିଷ୍ଠା କରାଯିବାର ଘୋଷଣା କରିଥିଲେ। ସୂଚନା ଯୋଗ୍ୟ ଯେ, ନିକଟରେ ମୁଖ୍ୟମନ୍ତ୍ରୀ ୨୧ଟି ଏନ୍ଏସି ସୃଷ୍ଟି ସମ୍ପର୍କରେ ଘୋଷଣା କରିଥିଲେ। ତନ୍ମଧ୍ୟରୁ ୧୨ଟି ଏନଏସି ଗଠିତ ହେବା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହି ୧୨ଟି ନୂତନ ବିଜ୍ଞପିତ ଏନ୍ଏସି ସହିତ ଆଉ ୧୬ଟି ନୂଆ ଏନ୍ଏସି ସୃଷ୍ଟି ହେବ। ସମୁଦାୟ ୨୮ଟି ନୂଆ ଏନ୍ଏସି ଓ ୭ଟି ନୂଆ ମ୍ୟୁନିସିପାଲିଟି ସୃଷ୍ଟି ହେବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ଅନେକ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଆଜିଠାରୁ ସହରର ସମସ୍ତ ଲୋକଙ୍କ ପାଇଁ ସରକାରୀ ଯୋଜନା ଗୁଡିକର ଲାଭ ସୁବିଧାରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ପୌରାଞ୍ଚଳକୁ ‘ସହଯୋଗ’ କାର୍ଯ୍ୟକ୍ରମ ସଂପ୍ରସାରିତ ହେଲା ବୋଲି ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ, ସହରର ଲୋକଙ୍କ ପାଇଁ ସରକାରୀ ଯୋଜନାଗୁଡିକର ଲାଭ ସୁବିଧାରେ ପହଞ୍ଚାଇବା ପାଇଁ ମେ ମାସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪୪ଟି ପୌରାଞ୍ଚଳରେ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହଯୋଗ ଯୋଗାଇ ଦେଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଟାଟା ଷ୍ଟିଲକୁ ଧନ୍ୟବାଦ ଦେଇଥିଲେ।ଟୋଲ୍ ଫ୍ରି ନମ୍ବର 1929ର ଶୁଭାରମ୍ଭଏହାସହିତ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ, ପ୍ରଶ୍ନ କିମ୍ବା ପ୍ରସ୍ତାବ ପାଇଁ ମୁଖ୍ୟମନ୍ତ୍ରୀ ଏକ ଟୋଲ୍ ଫ୍ରି ନମ୍ବର ୧୯୨୯ର ଶୁଭାରମ୍ଭ କରିଥିଲେ। ଏହି ନମ୍ବରକୁ ‘ସହର ସାଥି’ ବୋଲି ନାମିତ କରାଯାଇଛି। ଏହାଦ୍ବାରା ଲୋକମାନେ ଆଉ ପୌରପାଳିକା କାର୍ଯ୍ୟାଳୟକୁ ନଯାଇ ଏହି ନମ୍ବରରେ ଫୋନ୍ କଲେ ସମସ୍ୟାର ସମାଧାନ କରାଯିବ। ଏହି ସେବା ୨୪ ଘଣ୍ଟା ଉପଲବ୍ଧ ହେବ। ‘ସହର ସାଥି’ କଲ୍ ସେଣ୍ଟରର ଶୁଭାରମ୍ଭ କରି ପୌରସଂସ୍ଥା କର୍ମଚାରୀଙ୍କ ପାଇଁ ସାଧାରଣ ଉପଭୋକ୍ତା ଗୋଷ୍ଠୀ CUG ନମ୍ବର ବଣ୍ଟନ ମଧ୍ୟ କରାଯାଇଥିଲା।ନ୍ୟାସ୍ନାଲ କମନ୍ ମୋବିଲିଟି କାର୍ଡର ଶୁଭାରମ୍ଭସେହିପରି ମୁଖ୍ୟମନ୍ତ୍ରୀ ‘ନ୍ୟାସ୍ନାଲ କମନ୍ ମୋବିଲିଟି କାର୍ଡର ମଧ୍ୟ ଶୁଭାରମ୍ଭ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଜନସାଧାରଣଙ୍କ ପାଇଁ ୱାନ୍ ନେସନ୍ ୱାନ୍ କାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।