ଗଞ୍ଜାମ: ବାଘ ଛାଲ ଜବତ, ୭ ଆସାମୀ ଗିରଫ

ଭଞ୍ଜନଗର,୩୧/୮(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କୁ ରବିବାର ସକାଳେ ଏକ ବଡ ସଫଳତା ମିଳିଛି। ବିଭାଗୀୟ କର୍ମଚାରୀ ମାନେ ଗୋଟିଏ କଲରାପତରିଆ ବାଘ ଛାଲ ଆଜି ସକାଳ ୮ ଟା ରେ ଜବତ କରିଛନ୍ତି। ଏଥିସହ ଏହି ମାମଲାରେ ୭ ଜଣକୁ ଗିରଫ ରଖି ତଦନ୍ତ ଚଳାଇଛି। ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍ ବିବେକ କୁମାର ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ, ବନପାଳ ଅନୁପ କୁମାର ବିଷୋୟୀ, ଜୀବନ ତ୍ରିପାଠୀ ପ୍ରମୁଖ ଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା। ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ। ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡୁରିବାଡି ନୂଆଁ ସାହିରୁ ଛାଲ ଟି ଜବତ ହୋଇଛି।