ଜଗନ୍ନାଥପ୍ରସାଦ: ଡିଗ୍ରୀ କଲେଜରେ ଭିର୍ତ୍ତି ପ୍ରସ୍ତର ଓ ଶୁଭ ଉଦଘାଟନ କଲେ ବିଧାୟକ

ଜଗନ୍ନାଥ ପ୍ରସାଦ:୩୧/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି): ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ଡିଗ୍ରୀ କଲେଜ ବୈଦେହୀଶ ସାଂସ୍କୃତିକ ମଣ୍ଡପ ଠାରେ ରବିବାର ନୂତନ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିଲେ l ଡିଗ୍ରୀ କଲେଜ ଅଧ୍ୟକ୍ଷ ସନାତନ ସାହୁଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ନୃସିଂହ ଚରଣ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା, ବ୍ଲକ ଉପାଧକ୍ଷ ନୀଳାଞ୍ଚଳ ଖିଲାର, ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା,ଘୁମୁସର ଜିଲ୍ଲା ସଭାପତି ନୀଳମାଧବ ପାତ୍ର, ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ l ବିଧାୟକ ଶ୍ରୀ ନାୟକଙ୍କ କରକମଳରେ ପ୍ରଥମେ ଡିଗ୍ରୀ କଲେଜର ୧ କୋଟି ୯୯ଲକ୍ଷ ବ୍ୟୟ ମୂଲ୍ୟରେ ଅତିରିକ୍ତ ଶ୍ରେଣୀଗୃହ ଓ ପରୀକ୍ଷାଗାରର ଭୂମିପୂଜା ଓ ଭିତ୍ତି ପ୍ରସ୍ତର ସ୍ଥାପନ, ନୂତନ ଇ-ଲାଇବ୍ରେରୀ, କ୍ରୀଡା ବିଶ୍ରାମାଗାର ଓ ମହିଳା ଶୌଚାଳୟର ଶୁଭ ଉଦଘାଟନ କରିଛନ୍ତି l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିର୍ଣ୍ଣ ଭାଷା, ଜ୍ଞାନ, ସାହିତ୍ୟ, ସଂଗୀତ ଓ ନୃତ୍ୟlଙ୍ଗନରେ କୃତିତ୍ବ ହାସଲ କରିଥିବା ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ପରିଶେଷରେ କଲେଜର ଉନ୍ନତି ମୂଳକକାର୍ଯ୍ୟ କରିବା ସହ କଲେଜର ପାସ ହାର ସତପ୍ରତିଶତ ରଖିବା ପାଇଁ ବକ୍ତବ୍ୟରେ କହିଥିଲେ l କାର୍ଯ୍ୟକ୍ରମରେ ସମର୍ଦ୍ଧନା ଓ ମାନପତ୍ର ପଠନ ଅଧ୍ୟାପକ ପ୍ରମୋଦ କୁମାର ଚୌଧୁରୀ କରିବା ବେଳେ ଅଧ୍ୟାପକ ନିରଞ୍ଜନ ଶତପଥୀ ଅତିଥି ମାନଙ୍କ ପରିଚାଳନା ସ୍ୱାଗତ ସମର୍ଦ୍ଧନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରଘୁନାଥ ପାଣି,ବିଭୁତି ଭୂଷଣ ପ୍ରଧାନ,ସରୋଜ କୁମାର ନାୟକ, ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀକାନ୍ତ ପାତ୍ର, ପଞ୍ଚାନନ ପୋଲାଈ, ସୁଚରିତା କର ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l ଇତିହାସ ବିଭାଗ ଅତିଥି ଅଧ୍ୟାପିକା ସୁନିତା ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ l