ଛତ୍ରପୁର: ଜୁଆ ଆଡା ଉପରେ ଚଢ଼ାଉ, ୪୪ ହଜାର ୮୪୦ ଟଙ୍କା ଜବତ ସହ ୪ ଗିରଫ

ଛତ୍ରପୁର : ୦୨/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ): ଆଗକୁ ଆସୁଥିବା ପାର୍ବଣ ଋତୁ କୁ ଆଖି ଆଗରେ ରଖି ଗଂଜାମ ଏସପି ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶ ରେ ସମସ୍ତ ଥାନା ଅଧିକାରୀ ଙ୍କ ସହ ଆଲୋଚନା କରି ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଉଥିବା ବେଳେ ପୂଜା ପୂର୍ବରୁ ଏବେ ଆକ୍ସନ ମୋଡ଼ ରେ ଚମାଖଣ୍ଡି ଥାନା ଅଧିକାରୀଣି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି । ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି କମ୍ ଦିନ ଭିତରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ ଜୋରଦାର ଜାରି ରଖିଛନ୍ତି । ଜୁଆଡ଼ିଆ ମାନେ ଜୁଆ ଖେଳ ସ୍ଥାନ ନିରୂପଣ କରି ଚାଲିଥିବା ବେଳେ ପୋଲିସ ମଧ୍ଯରେ ଅପରେସନ ଜୁଆ ଆଡ୍ଡା ଉପରେ ଜିରୋ ଟଲେରେନସ ରେସନ ଜାରିରଖିଛି । ଗଞ୍ଜାମ ଏସପିଙ୍କ ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦେଶ କ୍ରମେ ବିଗିତ ଦିନ ମାନଙ୍କରେ ଯେଉଁ ସ୍ଥାନରେ ବଡ଼ ଧରଣର ଜୁଆ ଖେଳ ହୋଉଥିଲା ସେହି ସ୍ଥାନକୁ ନଜର ରଖୁବାକୁ ସମ୍ପୃକ୍ତ ଥାନା ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଗତ କାଲି ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ପଞ୍ଚାୟତ ର ମାଟିଖାଲ ଗ୍ରାମରେ ରାତି ପ୍ରାୟ ଏଗାର ଘଣ୍ଟ ସମୟରେ ଜୁଆଖେଳ ଆଡା ନେଇ ଚମାଖଣ୍ଡି ଥାନା ଅଧିକାରୀ ସୂଚନା ପାଇବା ପରେ ଚମାଖଣ୍ଡି ଥାନା ପୋଲିସ ଟିମ୍ ଚଢ଼ାଉ କରିଥିଲେ ଏବଂ ସେହି ସ୍ଥାନରୁ ୪୪ ହଜାର ୮୪୦ ଟଙ୍କା ଜବତ କରିବା ସହ ଗୋଟିଏ ଏଲ ଇଡି ବଲ୍ବପ , ମୋବାଇଲ୍ ଫୋନ୍ ୫ ଟି , ବାଇକ୍ ୨ ଟି, ଜରିପାଲ ଗୋଟିଏ , ପ୍ଲେନ୍ କାର୍ଡ ୪ ଟି ଜବତ କରିବା ସହ ୪ ଜଣ ଜୁଆଡ୍ଡି ଙ୍କୁ ଗିରଫ କରାଯାଇଛି । ଏ ନେଇ ଚମାଖଣ୍ଡି ଥାନା ରେ କେଶ୍ ନମ୍ବର ୪୧୧/୨୫ ରେ ଥ୍ରୀ ଓପିଜି ରେ ନୋଟିସ୍ କରାଯାଉଛି ଏବଂ ଗିରଫ ହୋଇଥିବା ଯୁଆଡ୍ଡି ଙ୍କ ମଧ୍ୟରେ ମାଟି ଖାଲ ଗ୍ରାମର ମୁନା ପ୍ରଧାନ (୨୬), ସାଗର ପ୍ରଧାନ (୨୮), ଉଦୟ ପ୍ରଧାନ (୫୩) ଏବଂ ଏ ତୋଟାପଲିର ଗୁରୁନାଥ ପ୍ରଧାନ (୨୮), ଙ୍କୁ ଗିରଫ କରି ଚମାଖଣ୍ଡି ପୋଲିସ୍ ଏକ ମକଦ୍ଦମା ରୁଜୁ କରିଛି ।