
ମାଲକାନଗିରି : ଛତିଶଗଡ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ପୁଣି ମିଳିଲା ବଡ଼ ସଫଳତା । ଧରାପଡ଼ିଲେ ୫ ହାର୍ଡକୋର ମାଓବାଦୀ । DRG ଓ ସିଆରପିଏଫ କୋବ୍ରା ଯବାନ ପକ୍ଷରୁ ଚିନ୍ତଲନାଡ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ଧରା ପଡିଛନ୍ତି ପାଞ୍ଚ ଜଣ ହାର୍ଡକୋର ମାଓବାଦୀ । ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ମହିଳା ମାଓବାଦୀ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲାଗି ବିସ୍ଫୋରକ ସାମଗ୍ରୀ ନେଇ ଜଙ୍ଗଲ ଭିତରେ ଲୁଚି ରହିଥିବା ବେଳେ ଯବାନଙ୍କ ହାତରେ ଧରା ପଡିଛନ୍ତି । ଏମାନେ ସମସ୍ତେ ହେଉଛନ୍ତି ମାଓବାଦୀଙ୍କ Explosive ଟିମର ସଦସ୍ୟ । ପଚରାଉଚୁରା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୁକୁମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।