କୋମାରେ ଅଭିଜିତ ମଜୁମଦାର, ଭୁବନେଶ୍ବର ଏମସ ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

ଭୁବନେଶ୍ବର : କୋମାରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଭୁବନେଶ୍ବର ଏମସ ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଛି । ସେ ବହୁବିଧ ରୋଗରେ ପୀଡ଼ିତ ଅଛନ୍ତି । ଅଭିଜିତଙ୍କ ଲିଭର ସମସ୍ୟା ସହ ହାଇପରଟେନସନ ଓ ହାଇପୋ ଥାଏରଡିଜମ ରହିଛି। ଏଥିପାଇଁ ପୂର୍ବରୁ କଟକ ଘରୋଇ ମେଡିକାଲରେ ହୋଇଥିଲେ ଆଡମିଟ । ଶରୀରରେ ସୋଡିୟମ କମିଯିବାରୁ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଛି । ଏଥିପାଁ ତାଙ୍କ ୁଆଜି କଟକରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଛି । ଅଭିଜିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଓଲିଉଡ କଳାକାର, ପ୍ରଶଂସକ ଓ ରାଜନେତା ।ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ଭୁବନେଶ୍ବର ଏମସରେ ଭେଣ୍ଟିଲେଟର ସପୋର୍ଟରେ ଚାଲିଛି ତାଙ୍କର ଚିକିତ୍ସା । ଅଭିଜିତ ମଜୁମଦାର ଏବେ ସେଣ୍ଟ୍ରାଲ ଆଇସିୟୁରେ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କର ସିଟି ସ୍କlନ ସହିତ ଅନ୍ୟ ଟେଷ୍ଟ କରାଯାଇଛି । ଅଭିଜିତଙ୍କ ଲିଭର ସମସ୍ୟା ସହ ହାଇପରଟେନସନ ଓ ହାଇପୋ ଥାଏରଡିଜମ ରହିଛି । ଲିଭରରେ ସମସ୍ୟା କାରଣରୁ ଅଭିଜିତ ମଜୁମଦାରଙ୍କୁ କିଛିଦିନ ତଳେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କର ଶରୀରରେ ସୋଡ଼ିୟମ ଲେଭଲ୍ କମିଯିବାରୁ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ଏହାପରେ ଗତ ରବିବାର ଦିନ ତାଙ୍କୁ ସିଡିଏ ସ୍ଥିତ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆଜି ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏମସରେ ଚିକିତ୍ସିତ ହେଉଥିବା ଅଭିଜିତଙ୍କ ସହ ତାଙ୍କ ପରିବାର ଅଛନ୍ତି । ଅଭିଜିତଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବା ପାଇଁ ଏମ୍ସରେ ପ୍ରଶଂସକ ଓ ସେଲିବ୍ରିଟିଙ୍କ ଭିଡ଼ ଜମିଛି । ଦାଦା ଖୁବଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ସେମାନେ କାମନା କରିଛନ୍ତି ।ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରୁ କ୍ୟାରିଅର ଆରମ୍ଭ କରିଥିଲେ । ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ହିଟ ସଂଗୀତଭେଟି ଦେଇଛନ୍ତି । ଦର୍ଶକଙ୍କ ହୃଦୟରେ ସେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଅସୁସ୍ଥତା କାରଣରୁ ଏମସରେ ଚିକିତ୍ସିତ ହେଉଥିବା ବାବଦରେ ଅବଗତ ହେଲି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରୁଛି । ଅଭିଜିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଓଲିଉଡ କଳାକାର, ପ୍ରଶଂସକ ଓ ରାଜନେତା ।