
ଛତ୍ରପୁର :୦୪/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରମ୍ଭା ଥାନା ଅଧୀନରେ ଥିବା ହୁମ୍ମା ଫାଣ୍ଡି ର ନୂତନ ଫାଣ୍ଡି ଅଧିକାରୀ ଭାବେ ବୁଧବାର ସତ୍ୟଜିତ ବେନି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଶେରଗଡ଼ ଥାନାରେ ଦାୟିତ୍ଵ ଗ୍ରହଣ କରି ଲୋକଙ୍କ ସମସ୍ୟା କୁ ଦୂର କରିବା ସହ ଅଞ୍ଚଳ ବାସୀ ଙ୍କୁ ଆଗ୍ରହ ସହିତ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ଗଞ୍ଜାମ ପୋଲିସ ଜିଲାର ହେଡ଼ କ୍ୱାଟର ରେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ତାଙ୍କର ବର୍ତ୍ତମାନ ହୁମ୍ମା ଫାଣ୍ଡି ରେ ଦାୟିତ୍ଵ ନେଇଛନ୍ତି । ବୁଧବାର ସତ୍ୟଜିତ ବେଣିଆ ରମ୍ଭା ଥାନା ଆସି ଥାନା ଅଧିକାରୀ କୁମାର ମୁଦୁଲି ଙ୍କୁ ଭେଟି ନିଜ ଦାୟିତ୍ୱ ଗ୍ରହଣ କରିବା ପରେ ଥାନାର ସମସ୍ତ କର୍ମଚାରୀ, ଅଞ୍ଚଳ ର ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ। ହୁମ୍ମା ଫାଣ୍ଡି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସ୍ବତନ୍ତ୍ର ଦୃଷ୍ଟି ସହ ଟ୍ରାଫିକ୍ ସମସ୍ୟାକୁ ଗୁରୁତ୍ୱ ଦେବେ। ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବା ସହ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏସ ଆଇ ସତ୍ୟଜିତ ବେଣିଆ ।