
ବଲିଉଡ୍ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଶିଳ୍ପା ସେଟ୍ଟୀ । ନିକଟରେ ଶିଳ୍ପା ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପୁଣିଥରେ ବିବାଦ ଘେରରେ ରହିଛନ୍ତି । ଉଭୟଙ୍କ ଉପରେ ୬୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି । ଏହି ସମୟରେ ଶିଳ୍ପା ସେଟ୍ଟୀ ବଡ଼ ଘୋଷଣା କରିଛନ୍ତି, ଯାହାକି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି ।ମୁମ୍ବାଇର ପ୍ରସିଦ୍ଧ ଏବଂ ହାଇ-ପ୍ରୋଫାଇଲ୍ ରେଷ୍ଟୁରାଣ୍ଟ ‘ବାଷ୍ଟିଆନ୍ ବାନ୍ଦ୍ରା’ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି । ହଁ ଆଜ୍ଞା ଅଭିନେତ୍ରୀ ଶିଳ୍ପା ନିଜେ ତାଙ୍କ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି ।ଆଜି ଶିଳ୍ପା ସେଟ୍ଟୀ ଇନଷ୍ଟାଗ୍ରାମରେ ‘ବାସ୍ତିଆନ୍ ବାନ୍ଦ୍ରା’ର ବିଦାୟ ଘୋଷଣା କରି ଲେଖିଛନ୍ତି, ଏହି ଗୁରୁବାରରେ ଏକ ଯୁଗର ଅନ୍ତ ଘଟୁଛି କାରଣ ଆମେ ମୁମ୍ବାଇର ସବୁଠାରୁ ପ୍ରତିଷ୍ଠିତ ସ୍ଥାନ ମଧ୍ୟରୁ ଗୋଟିଏ ବାସ୍ତିଆନ୍ ବାନ୍ଦ୍ରାକୁ ବିଦାୟ ଦେଉଛୁ । ଏହି ସ୍ଥାନ କେବଳ ଏକ ରେଷ୍ଟୁରାଣ୍ଟ ନୁହେଁ ବରଂ ସ୍ମୃତିର ଏକ ଭଣ୍ଡାର ବୋଲି ସେ କହିଛନ୍ତି ।ଏହି ସ୍ଥାନରେ ଅନେକ ମୂଲ୍ୟବାନ ମୁହୂର୍ତ୍ତ, ସ୍ମରଣୀୟ ସନ୍ଧ୍ୟା ଏବଂ ସହରର ନାଇଟ୍ ଲାଇଫ୍ କୁ ପରିଭାଷିତ କରୁଥିବା ମୁହୂର୍ତ୍ତ କୁ ଏଠାରେ ଜୀବନ୍ତ କରାଯାଇଛି । ଆଜି ରେଷ୍ଟୁରାଣ୍ଟର ଶେଷ ଦିନ ଏବଂ ଏହି ଅବସରରେ ଏକ ସ୍ୱତନ୍ତ୍ର ସନ୍ଧ୍ୟାର ଆୟୋଜନ କରାଯାଇଛି । ଯାହା ପୁରୁଣା ମୁହୂର୍ତ୍ତର ସ୍ମୃତି, ଶକ୍ତି ଏବଂ ଯାଦୁରେ ପରିପୂର୍ଣ୍ଣ ହେବ । ଏପରି କିଛି ଲେଖିଛନ୍ତି ଶିଳ୍ପା ।ବାସ୍ତିଆନ୍ ବାନ୍ଦ୍ରା’ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା । ୨୦୧୬ରେ ରଞ୍ଜିତ ବିନ୍ଦ୍ରାଙ୍କ ସହ ମିଶି ବଷ୍ଟିଆନ୍ ରେସ୍ତୋରାଁ ଆରମ୍ଭ କରିଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଏହି ରେସ୍ତୋରାଁ ‘ସି’ ଫୁଡକୁ ନେଇ ବେଶ୍ ପ୍ରସିଦ୍ଧ ଥିଲା । ସ୍ୱାଦିଷ୍ଟ ଖାଦ୍ୟ ଏବଂ ଏବଂ ଅତ୍ୟନ୍ତ କଳାକୁ ନେଇ ସୁନ୍ଦର ଆଭ୍ୟନ୍ତରୀଣ ଡିଜାଇନ୍ ଯୋଗୁଁ, ଏହି ସ୍ଥାନଟି ଖୁବ୍ ଶୀଘ୍ର ମୁମ୍ବାଇର ଉଚ୍ଚ-ସମାଜ ଏବଂ ବଲିଉଡ ସେଲିବ୍ରିଟିଙ୍କ ପ୍ରିୟ ହୋଇଥିଲା ।୨୦୨୩ ମସିହାରେ ଏହି ରେଷ୍ଟୁରାଣ୍ଟକୁ ବାନ୍ଦ୍ରାର ଏକ ନୂତନ ସ୍ଥାନରେ ସ୍ଥାନାନ୍ତରିତ କରାଯାଇଥିଲା । ଯାହା ଏହାର ଦୃଶ୍ୟ ଏବଂ ଅଭିଜ୍ଞତାକୁ ଆହୁରି ଚମତ୍କାର କରିଥିଲା । ଶିଳ୍ପା ସ୍ପଷ୍ଟ କରିଛନ୍ତି ଯେ ‘ବାସ୍ତିଆନ୍ ବାନ୍ଦ୍ରା’ର ଯାତ୍ରା ଏଠାରେ ଶେଷ ହେଉଛି । ରେଷ୍ଟୁରାଣ୍ଟ ବନ୍ଦ କରିବାର କାରଣ କ’ଣ ତାହା ସ୍ପଷ୍ଟ କରାଯାଇ ନାହିଁ ।ରେଷ୍ଟୁରାଣ୍ଟ ବନ୍ଦ ହେବାର ଖବର ଅନୁମାନ କରାଯାଉଛି ଯେତେବେଳେ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ୬୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି। IANS ରିପୋର୍ଟ ଅନୁସାରେ ମୁମ୍ବାଇର ବ୍ୟବସାୟୀ ଦୀପକ କୋଠାରୀ ଉଭୟଙ୍କ ବିରୋଧରେ ପୋଲିସ ଅଭିଯୋଗ ଦାଖଲ କରିଛି । ସେ ଅଭିଯୋଗ କରିଛନ୍ତି ଯେ ସେ ଏକ ଘରୋଇ କମ୍ପାନୀରେ ଟଙ୍କା ନିବେଶ କରିଥିଲେ । କିନ୍ତୁ ନିବେଶ ଏବଂ ଋଣ ନାମରେ ତାଙ୍କୁ ଠକାଯାଇଥିଲା ବୋଲି କହିଛନ୍ତି ଅଭିନେତ୍ରୀ ଶିଳ୍ପା ।ଏହି ମାମଲା ୨୦୧୫ ରୁ ୨୦୨୩ ମଧ୍ୟରେ ଜଡିତ । କୋଠାରୀ ଦାବି କରିଛନ୍ତି ଯେ ଶିଳ୍ପା ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କର ୬୦ କୋଟି ଟଙ୍କା ହଡ଼ପ କରିଥିଲେ ଏବଂ ଏହି ଟଙ୍କା ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଖର୍ଚ୍ଚ କରାଯାଇଥିଲା । ପୋଲିସ ତଥ୍ୟ ଅନୁସାରେ ଏହି ପାଣ୍ଠି ବ୍ୟବସାୟ ବିସ୍ତାର ନାମରେ ନିଆଯାଇଥିଲା କିନ୍ତୁ ପ୍ରକୃତରେ ବ୍ୟବସାୟିକ ଉଦ୍ଦେଶ୍ୟ ବଦଳରେ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହୃତ ହୋଇଥିଲା ।