ଭଞ୍ଜନଗର ଟାଉନ ହଲ ଠାରେ ଗୁରୁ ପୂଜନ ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ ଙ୍କ ଯୋଗଦାନ

ଭଞ୍ଜନଗର ୦୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଟାଉନ ହଲଠାରେ ଗୁରୁପୁଜନ ଉତ୍ସବ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ସରକାର ଶିକ୍ଷକଙ୍କୁ ତଳିତଳାନ୍ତ କରି ରଖିଥିଲେ ବୋଲି ଅଭିଯୋଗ କରିଥିଲେ। ଶିକ୍ଷକ ମାନଙ୍କୁ ବିଭିନ୍ନ ବର୍ଗରେ ଭାଗ ଭାଗ କରି ରଖିଥିଲେ। ସେମାନଙ୍କ ଉନ୍ନତି କଥା ଚିନ୍ତା କରୁ ନ ଥିଲେ। କିନ୍ତୁ ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ପରେ ଶିକ୍ଷକମାନଙ୍କ ମଧ୍ୟରେ ଏକତା କିଭଳି ରହିବ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ସେମାନଙ୍କ ଉନ୍ନତି କିଭଳି ହୋଇପାରିବ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକାଧିକ ଥର ଆଲୋଚନା କରଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ମୋ ନିର୍ବାବାଚନମଣ୍ଡଳୀରେ ଶିକ୍ଷକମାନେ ରାଜନୀତିର ଆକ୍ରୋଶର ଶିକାର କେବେ ହେବେ ନାହିଁ। ମୋ ନିର୍ବାଚନ ମଣ୍ଡଳୀର ଯେଉଁ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ ସେଠୀ ଉଚ୍ଚ ବିଦ୍ୟାଳୟ ଖୋଲିବା ବ୍ୟବସ୍ଥା କରାଯାଇଛି। ଯେଉଁଠି ଯୁକ୍ତ ୨ କଳା ଅଛି ସେଠୀ ଯୁକ୍ତ ୨ ବିଜ୍ଞାନ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି। ଗୁରୁ ମାନଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ବଳ ହୋଇଥାଏ। ଏହାଦ୍ବାରା ଅଞ୍ଚଳ, ଜିଲା ରାଜ୍ୟ ଓ ଦେଶର ବିକାଶ ହୋଇଥାଏ। ତେଣୁ ଗୁରୁମାନଙ୍କ ଉନ୍ନତି ପାଇଁ ମୁଁ ସର୍ବଦା ଚେଷ୍ଟିତ। ଲୋକଙ୍କ ସେବା କରିବା ପାଇଁ ମୁଁ ୪ ଥର ଚାକିରି ସୁଯୋଗ ପାଇ ଚାକିରି ଛାଡ଼ିଥିଲି । ଆଜି ଲୋକଙ୍କ ସେବା କରିବା ପାଇଁ ସୁଯୋଗ ପାଇଛି। କିଏ ଅବହେଳିତ ଅନୁଭବ କରନ୍ତୁ ନାହିଁ। ଯେଉଁ ମାନେ ଅବହେଳିତ ଅନୁଭବ କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଅଛି । ଆଗାମୀ ଦିନରେ ଗୁରୁ ମାନଙ୍କ ପରାମର୍ଶକୁ ଗ୍ରହଣ କରି ନିର୍ବାଚନ ମଣ୍ଡଳୀର ଆହୁରି ବିକାଶ କରାଯିବ ବୋଲି ବିଧାୟକ ନାୟକ କହିଥିଲେ। ସଭାରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବିଧାୟକ ନାୟକ ଅବସରପ୍ରାପ୍ତ ୩୦ରୁ ଉର୍ଦ୍ଧ ଶିକ୍ଷୟତ୍ରୀ, ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ମହାନ୍ତି , ଜଗନ୍ନାଥପ୍ରସାଦ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ କଲ୍ୟାଣୀ ପାଢ଼ୀ, ଶିକ୍ଷକ ନେତା ତ୍ରିନାଥ ପଟ୍ଟନାୟକ, କବି ପ୍ରଶାନ୍ତ ମହାନ୍ତି, ବ୍ଲକ ଅଧକ୍ଷ ନରିସଭା ନାୟକ, ଏମ୍‌ ପି ପ୍ରତିନିଧି ସନ୍ତୋଷ କୁମାର ତିଆଡି, ଶିକ୍ଷକ ନେତା ସରୋଜ କୁମାର ଶତପଥି, ଜଗଦିଶ ନାୟକ ଅତିଥି ଭାବେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ନାରାୟଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।
ପ୍ରଦୀପ ସାସମଲ ସଭାକୁ ସଂଯୋଜନା କରିଥିଲେ। ସରୋଜ କୁମାର ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ।