
ଜଗନ୍ନାଥ ପ୍ରସାଦ ୦୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବିଡ଼ିପୁର ଗ୍ରାମ ପଂଚାୟତ ର ଭୂଷଣ୍ଡପାଳ ଗ୍ରାମ ରେ ମଦନ ନାୟକ ପି.ନାଥ ନାୟକ ଯାହାର କି ବୟସ ୬୦ ଜଣେ ଅସହାୟ, ଅବହେଳିତ ଏବଂ ମାନସିକ ବିକାରଗ୍ରସ୍ଥ ବ୍ୟକ୍ତି ତାଙ୍କର ସ୍ତ୍ରୀ ଙ୍କ ମୂତ୍ର୍ୟ ଘଟିବା ପରେ ପୁଅ ମନେ ତାକୁ ଛାଡି ବାହାରେ ରହୁଛନ୍ତି। ବହୁ ଦିନ ଧରି ରାସ୍ତାରେ ଏଣେତେଣେ ବୁଲି, ଖୋଲା ଆକାଶ ତଳେ ଜୀବନ ଅତିବାହିତ କରୁଥିବା ଓ ନାଳ ନର୍ଦ୍ଦମାରୁ ଖାଦ୍ୟ ସଂଗ୍ରହ କରି ଖାଉଥିବା ଦେଖି ପୂର୍ବତନ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ତଥା ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ ଆଜି ତା ୩/୯/୨୦୨୫ ରିଖ ଅପରାହ୍ନ ୪ ଘଣ୍ଟା ସମୟ ରେ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ସନ୍ତୋଷ କୁମାର ଦଳବେହେରା, ମାଣିକ ଖାଡେଙ୍ଗା, ଦୁର୍ଗାମାଧବ ପ୍ରଧାନ, ଗିରିଧାରୀ ଡାକୁଆ, ଶଙ୍କର ଗୌଡ଼ ପ୍ରମୁଖ ସଦସ୍ୟ ଭୂଷଣ୍ଡପାଳ ଗ୍ରାମ କୁ ଯାଇ ମଦନ ନାୟକ ଙ୍କୁ ଭେଟି ସେଠାରେ ତାର ଚୁଟି,ଦାଢ଼ି ଓ ନଖ କାଟି ସାବୁନ୍ ସାମ୍ପୁ ଲଗାଇ ତାଙ୍କୁ ପରିଷ୍କାର କରି ଗାଧୋଇବା ସହ ସମିତି ସଭ୍ୟା ଙ୍କ ପ୍ରତିନିଧି ଓ ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ ଦେଇଥିବା ନୂତନ ପୋଷାକ ଓ ଶୋଇବା ପାଇଁ ନୂତନ ପାଛୁଡ଼ି ତାକୁ ପ୍ରଦାନ କରାଯାଇ ଥିଲ। ସେହି ଗ୍ରାମ ରୁ ତାକୁ ଉଦ୍ଧାର କରି ତାଙ୍କର ସ୍ୱାସ୍ଥ୍ୟ ଉତ୍ତମ ଚିକିତ୍ସା ପାଇଁ ଜଗନ୍ନାଥ ପ୍ରସାଦ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲା ପରେ ତାକୁ ଭଞ୍ଜନଗର ଜରାଶ୍ରମ କୁ ନେବା ପାଇଁ ସ୍ଥିର କରାଯାଇ ଥିଲା।ପୂର୍ବତନ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ତଥା ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ନିଜର ବକ୍ତବ୍ୟ ରେ କହିଥିଲେ କି ସମାଜର ରେ ଅସହାୟ, ଅବହେଳିତ, ନିଷ୍ପେଶିତ ସାଧାରଣ ଜୀବନ ବଞ୍ଚାଇବା ପାଇଁ ସଦାସର୍ବଦା ପ୍ରଚେଷ୍ଟିତ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ । ଅନୁଷ୍ଠାନ ର ଏପରି କାର୍ଯ୍ୟ କୁ ମଧୁସୂଦନ କର,ଗ୍ରାମର ପ୍ରଫୁଲ କୁମାର ନାୟକ,ଦିଲ୍ଲୀପ କୁମାର ସେଠି,ସାନ୍ତୁନୁ ନାୟକ,ବିରେନ ନାୟକ,ଓମ୍ ଶାନ୍ତି ଅନୁଷ୍ଠାନ ର ବାମଦେବ ପାଣିଗ୍ରାହୀ ଭୁୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇ ଥିଲେ |