
ଶେରଗଡ଼ ୦୬/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁ ରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି l
ହତ୍ୟା ର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ପି.ଜଗନ୍ନାଥ ପୁର ଗ୍ରାମର ଚନନ୍ଦ ବିଷୋୟୀ। ସେ କିଛି ଦିନ ହେଲା କଙ୍କରଡ଼ା ଗ୍ରାମରେ ଭଡ଼ାରେ ରହୁଥିଲେ।
ଗତକାଲି ବିଳମ୍ବିତ ରାତିରେ ଚନନ୍ଦ କିଛି ଯୁବକ ସହ ଗୋଠଗାଁ ସରପଞ୍ଚ କୃଷ୍ଣ ସୁଆଁସିଆ ଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ। ସେଠାରେ କିଛି ସମୟ ବଚସା ପରେ ଘଟଣା ଉଗ୍ର ରୂପ ନେଇଥିଲା। ଏହା ପରେ ସରପଞ୍ଚ ଓ ଚନ୍ଦନ ଗୋଷ୍ଠୀ ମଧ୍ୟରେ ଗଣ୍ଡ ଗୋଳ ହୋଇଥିଲା। ଏହି ଘଟଣା ସ୍ଥଳରେ ଛୁରୀ,ପଞ୍ଚା ଓ ଅନନ୍ୟ ହତିଆର ପଡି ରହିଥିଲା l ଏହି ଘଟଣା ସ୍ଥଳରେ ଚନ୍ଦନର ମୃତ ହୋଇଥିଲା l ଏହି ମୃତ ଦେହ କୁ ପୋଲିସ ଜବତ କରି ହିଂଜିଳି ମେଡିକାଲ ରେ ରଖିଥିବା ବେଳେ ଅଧିକ ତଦନ୍ତ କରୁଛି। ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁ ରେ ଆଜି ଚନ୍ଦନ ବିଷୋୟୀ ଙ୍କୁ ହତ୍ୟା ଘଟଣା ହତ୍ୟା କାରୀଙ୍କୁ ଗିରଫ ଦାବିରେ ହିଂଜିଳି ମେଡିକାଲ ପରିସରରେ ପରିବାର ପକ୍ଷରୁ ହୋ ହାଲ୍ଲା ହୋଇଥିଲା l
ଘଟଣା ସ୍ଥଳରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଙ୍କ ବୁଝା ସୁଜା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି ପୋଲିସ। ଅନ୍ୟ ପଟେ ଏହି ଘଟଣା ରେ ପୋଲିସ ଗୋଠ ଗାଁ ସରପଞ୍ଚ କୃଷ୍ଣ ସୁଆଁସିଆ ସମେତ ଅନ୍ୟ ତିନି ଜଣ କୁ ଅଟକ ରଖି ଥିବା ପୋଲିସ ପକ୍ଷରୁ କୁହାଯାଇଛି l