
ନୟାଗଡ଼: ଅପ୍ରାକୃତିକ ଯୌନ ସମ୍ପର୍କରୁ ହତ୍ୟା । ଯୋଜନାବଦ୍ଧ ଭାବେ ସହପାଠୀକୁ ତଣ୍ଟି ଚିପି ହତ୍ୟା କରିଥିଲେ । ମଦ୍ରାସା ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ ହୋଇଛି । ମାମଲାରେ ୫ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।ଗତ ୨ ତାରିଖ ଦିନ ସହପାଠୀ ମାନେ ନାବାଳକ ଜଣଙ୍କୁ ହତ୍ୟା କରି ଶିକ୍ଷାନୁଷ୍ଠାନର ପାଣିଟାଙ୍କିରେ ଫିଙ୍ଗି ଦେଇଥିଲେ । ତେବେ ନାବାଳକ ନିଖୋଜ ନେଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ ପରିବାର ଲୋକ ଥାନାରେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତ ବେଳେ , ପାଣିଟାଙ୍କିରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ ସିସିଟିଭିରୁ ୫ଜଣ ଛାତ୍ର ଏଥିରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା ପୋଲିସ । ସମସ୍ତଙ୍କୁ ଧରି ନୟାଗଡ଼ କିଶୋର ଅଦାଲତରେ ହଜାର ପରେ ୧୩ ଦିନ ପାଇଁ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।