
କଟକ : ମହାନଦୀ ପଠାରେ ଫସିଛନ୍ତି ଗୋରୁ ପଲ । ବାଙ୍କୀ କୁଶପଙ୍ଗି ନିକଟ ମହାନଦୀ ପଠାରେ ଫସିଛନ୍ତି ୧୫ରୁ ଅଧିକ ଗାଈ । ଗତକାଲି ମହାନଦୀ ପଠାକୁ ଚରିବାକୁ ଯାଇଥିବାବେଳେ ହଠାତ୍ ନଦୀ ଜଳସ୍ତର ବଢିଯାଇଥିଲା । ଚାରିପଟେ ପାଣି ହୋଇଯାଇଥିବାରୁ ଆଉ ଆସିପାରିନଥିଲେ । ଏବେବି ୧୫ରୁ ଅଧିକ ଗାଈ ଫସିରହିଛନ୍ତି। ଡମପଡା ଅଗ୍ନିଶମବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ସେହିପରି ଗତକାଲି କଟକ ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ପଶି ଥିଲେ ଗୋରୁ ପଲ । ୨୦ରୁ ଅଧିକ ଗୋରୁ ଫସି ରହିଛନ୍ତି । ଗତକାଲି ପଠାକୁ ଗୋରୁ ଚରିବା ପାଇଁ ଯାଇଥିବା ବେଳେ ହଠାତ୍ ନଦୀ ଜଳସ୍ତର ବଢ଼ିଯାଇଥିଲା । ଚାରିପଟେ ପାଣି ହୋଇଯାଇଥିବାରୁ ଗୋରୁମାନେ ଫସି ରହିଥିଲେ । ତେବେ ହୀରାକୁଦ ଗେଟ୍ ଖୋଲାରହିଥିବା ଯୋଗୁଁ ଜଳସ୍ତର ଆହୁରି ବଢିବା ଆଶଙ୍କା ରହିଛି ।