
କୋଦଳା ୦୭/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା କୋଦଳା ସହର ଏବେ ବିକଶିତ ହେଉଛି। ଡବଲ ଇଞ୍ଜିନ ସରକାର ଆସିବା ପରେ ଉର୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ବିଜେଡି ସରକାରରେ ଅବହେଳିତ ଥିବା କୋଦଳା ସହର ଏବେ ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ତତ୍ତ୍ଵାବଧାନରେ ବିକାଶର ଆଉ ଏକ ପାହାଚ ଅତିକ୍ରମ କରିବାକୁ ଯାଉଛି। ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ
ଆଜି ଗଞ୍ଜାମ କୋଦଳା ଗସ୍ତରେ ଆସି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୨ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୮ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟରେ କୋଦଳା ହଜ ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ। ସେହିପରି କୋଦଳା ଠାରେ ୭ କୋଟି ୨ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ହେବ ଆଧୁନିକ ବଜାର ଗୃହ। ଏହି ୨ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ସହ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସହ ଜିଲ୍ଲାର ବହୁ ବିଧାୟକ, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ରମ୍ଭା, ପୁରୁଷୋତ୍ତମପୁର ଓ ଛତ୍ରପୁର ନଗରପାଳ ମଧ୍ୟ ଉପସ୍ଥିତ ଥିଲେ।