
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ହେବ ନିଶା ମୁକ୍ତ ଭାରତ ପାଇଁ ଦୌଡ଼ । ଆସନ୍ତା ୨୧ ରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହେବ “ମୋଦୀ ଯୁବା ମାରାଥନ୍”। ଦେଶର ୭୫ ଟି ଜାଗାରେ ଏହି ମାରାଥନ ଆୟୋଜନ କରାଯିବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମାରାଥନର ଆୟୋଜନ କରାଯିବ ।ସେପ୍ଟେମ୍ବର 21 ସକାଳ 6 ଟା 15 ରେ କଳିଙ୍ଗ ଷ୍ଟାଡିୟମରୁ ବାହାରି ଜନତା ମଇଦାନ ଯାଏ ଚାଲିବ ମାରାଥନ । ଏଥିରେ ପ୍ରାୟ 10 ହଜାର ଯୁବକ ସାମିଲ ହେବା ଲକ୍ଷ୍ୟ ରହିଛି । ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବା ମାରଥନର ମୁଖ୍ୟ ଉଦେଶ୍ୟ ।ସମସ୍ତ ଯୁବପିଢ଼ି କାର୍ଯ୍ୟକ୍ରମରେ ଯୋଡି ହେବାକୁ ଆହ୍ୱାନ ଦେଇଛି ବିଜେପି ଯୁବ ମୋର୍ଚ୍ଚା । ଏହା ସହ ସେବା ପକ୍ଷ ମଧ୍ଯ ପାଲନ ହେବ । ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ଯନ୍ତ ପାଲନ ହେବ ଏହି ପକ୍ଷ । ଏହି କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ, ରକ୍ତ ଦାନ ଭଲି କାର୍ଯ୍ୟକ୍ରମ ମଧ୍ଯ ଆୟୋଜିତ ହେବ ।