ଗାଈ ପେଟରୁ ବାହାରିଲା ୫୦ କେଜିର ପଲଥିନ୍

ବ୍ରହ୍ମପୁର: ଗାଈ ପେଟରୁ ବାହାରିଲା ୫୦ କେଜିର ପଲଥିନ୍ । ୪ ଘଣ୍ଟାର ଅପରେସନ ପରେ ପଲଥିନ୍ ବାହାରିଲା । ବ୍ରହ୍ମପୁର ପଶୁ ଚିକିତ୍ସାଳୟରେ ୫୦ କେଜିର ପଲଥିନ୍ ବାହାର କରିଛନ୍ତି ପଶୁ ଚିକିତ୍ସକ । ଗତ ୩ଦିନ ତଳେ ଏକ ଗାଈ ହିଲପାଟଣା ବଡସାହି ମୁଖ୍ୟ ରାସ୍ତାରେ ପଡି ଗାଈଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ସ୍ଥାନୀୟ ଲୋକ ଦେଖି ପଶୁ ସହାୟତା ନମ୍ବରକୁ ଯୋଗାଯୋଗ କରିଥିଲେ। ପରେ ପଶୁ ଚିକିତ୍ସାଳୟର କର୍ମଚାରୀ ପହଂଚି ଚିକିତ୍ସା ଆରମ୍ଭ କରିଥିଲେ । ପରେ ଅସ୍ତ୍ରୋପଚାର କରି ପଲଥିନ୍ ବାହାର କରିଛନ୍ତି । ଅପରେସନ୍ ପାଇଁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏବେ ଗାଈଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ।ରାଜ୍ୟ ସରକାର ଏପରି ଦୁର୍ଘଟଣାକୁ ଏଡାଇବା ପାଇଁ ପୂର୍ବରୁ ପଲିଥିନ ନିଷିଦ୍ଧ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ଦେଖିବାକୁ ମିଳୁନାହିଁ । ବ୍ୟାପକ ଭାବେ ଚାଲିଛି ପଲିଥିନ ଜରିର ବ୍ୟବହାର। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ହିଲପାଟଣା ବଡ଼ ସାହିରୁ ଉଦ୍ଧାର ହୋଇଥିବା ଗାଈର ପେଟ ଅସ୍ତ୍ରୋପଚାର ପରେ । ଏହି କାର୍ଯ୍ୟ କେବଳ ଡାକ୍ତରଙ୍କ ଯୋଗୁଁ ହିଁ ସମ୍ଭବପର ହୋଇପାରିଛି । ଡାକ୍ତରଙ୍କ ସମୟୋଚିତ ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।