
ପୁରୀ: ବଲିଉଡ ଅଭିନେତା ତଥା ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଜି ଜନ୍ମଦିନ । 58 ବର୍ଷରେ ପାଦ ଥାପିଥିଲେ ହେଁ ଆଜି ବି ସେ ନିଜ ଯୌବନ ବଜାୟ ରଖିଛନ୍ତି । ଫିଟନେସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଥିବା ଏହି ଅଭିନେତା ବର୍ତ୍ତମାନ ବି ନିଜର ଜଲୱା ଦେଖାଇ ଲୋକଙ୍କ ମନରେ ରାଜ କରୁଛନ୍ତି । ତେବେ ତାଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଖାସ୍ ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି
ବାଲୁକା କଳାରେ ଜନ୍ମଦିନ ଶୁଭେଛାପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ର କଳା କରି ଅକ୍ଷୟଙ୍କୁ ୫୮ ତମ ଜନ୍ମଦିନର ଶୁଭେଛା ଜଣାଇଛନ୍ତି । ବାଲୁକା କଳାରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ପ୍ରତିକୃତି କରିଛନ୍ତି ସୁଦର୍ଶନ । ଏଥିସହ ମହାପ୍ରଭୁଙ୍କ କୃପାରୁ ଅକ୍ଷୟ କୁମାର ଦୀର୍ଘାୟୁ ହୁଅନ୍ତୁ ବୋଲି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ଶୁଭେଛା ବାର୍ତ୍ତାରେ କହିଛନ୍ତି ।
ଅକ୍ଷୟ କୁମାରଙ୍କ ଫିଲ୍ମି କ୍ୟାରିଅର ବିଷୟରେ କହିବାକୁ ଗଲେ,ଅକ୍ଷୟ କୁମାର ମାଟୁଙ୍ଗାର ଡନ୍ ବୋସ୍କୋ ହାଇସ୍କୁଲରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ । ଏହା ପରେ ସେ କରାଟେ ଶିଖିବା ଆରମ୍ଭ କରିଥିଲେ । ସେ ପାଠପଢ଼ାରେ ଆଗ୍ରହୀ ନଥିଲେ ଏବଂ ମାର୍ଶାଲ୍ ଆର୍ଟ ଶିଖିବାକୁ ଚାହୁଁଥିଲେ । ସେ ଥାଇଲ୍ୟାଣ୍ଡ (ବ୍ୟାଙ୍କକ୍) ଯାଇ ଥାଇ ବକ୍ସିଂ ଶିଖିଥିଲେ । ଏହା ବ୍ୟତୀତ, ସେ ଟାଏକୋଣ୍ଡୋରେ ବ୍ଲାକ୍ ବେଲ୍ଟ ଥିଲେ । ତାଙ୍କ କ୍ୟାରିଅର ଆରମ୍ଭରେ ସେ ଜଣେ ରୋଷେୟା ଏବଂ ୱେଟର ଭାବରେ ମଧ୍ୟ କାମ କରିଥିଲେ ।