
ପରଦାରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି । ସେ ‘ଚାରିଧାମ’ ସହ ପରଧାକୁ ଫେରୁଥିବା ବେଳେ ଫ୍ୟାନ୍ସ ଫିଲ୍ମ ରିଲିଜ ଠାରୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ବର୍ତ୍ତମାନ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ଫିଲ୍ମର ଟିଜର ରିଲିଜ ହେବା ସହ ଫିଲ୍ମ କେବେ ପରଦାକୁ ଆସିବ ତାହା ପ୍ରକାଶ ପାଇଛି । ଟିଜରକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମ ରିଲିଜକୁ ଅପେକ୍ଷା କରିଥିବା କହିଛନ୍ତି ।’ଚାରିଧାମ’ ଟିଜର58 ସେକେଣ୍ଡର ଏହି ଟିଜରର ଆରମ୍ଭ ଅନୁଭବ ତାଙ୍କ ବାପା ମାଆଙ୍କ ସହ ହୁଏ । ଏଥିରେ ତାଙ୍କ ବାପାଙ୍କ ସ୍ୱର ଆସେ ଯିଏ କୁହନ୍ତି ପ୍ରଥମେ ଜଗା ଦର୍ଶନ କରିବା, ତା ପରେ ଯିବା ରାମେଶ୍ୱରମ୍ । ତାପରେ ଦ୍ୱାରକା ଯିବା । ପରିଶେଷରେ ବଦ୍ରିନାଥଙ୍କ ଦ4ଶନ କରି ଚାରିଧାମ ଶେଷ କରିବା । ଏହା ପରେ ଜଣେ ସାମ୍ୱାଦିକ କୁହନ୍ତି ଜଣେ ଯୁବକ ନିଜ ବାପାମାଆଙ୍କୁ ଚାରିଧାମ ଦର୍ଶନ କରାଇବାକୁ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି । ଏହି ସମୟରେ ଅନୁଭବଙ୍କୁ କୁସ୍ତି ଲଢୁଥିବା ଦେଖିବାକୁ ମିଳେ । ଶେଷରେ ଅନୁଭବ କୁହନ୍ତି ଭଗବାନ ଆମ ଘରେ ଅଛନ୍ତି ଆମ ବାପା ମାଆ । ଆମେ କଣ ସେମାନଙ୍କୁ ଟିକେ ଭଲପାଇବା ଦେଇପାରିବାନି । ଏହି ଟିଜର ସେୟାର କରି ନିର୍ମାତା ଲେଖିଛନ୍ତି, ”ବର୍ଷର ସବୁଠାରୁ ମହାକାବ୍ୟିକ ଆଧ୍ୟାତ୍ମିକ ଦୁଃସାହସିକ କାର୍ଯ୍ୟର ସାକ୍ଷୀ ହୁଅନ୍ତୁ । ଚାରଧାମରେ ସୁପରଷ୍ଟାର ଅନୁଭବ ମହାନ୍ତି ଏକ ଯାତ୍ରା ୱିଦିନ୍ । ୨୫ ସେପ୍ଟେମ୍ବରରେ ସିନେମା ଘରେ ।”ଫ୍ୟାନ୍ସଙ୍କ ପ୍ରତିକ୍ରିୟାଏହି ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ 1 ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ସମସ୍ତେ ବେଶ ପସନ୍ଦ କିରଛନ୍ତି । ଜଣେ ଲେଖିଛନ୍ତି, ଚାରିଧାମ ସହିତ ଇତିହାସ ଲେଖା ହେବାକୁ ଯାଉଛି । ଆଉ ଜଣେ ଲେଖିଛନ୍ତି, ବ୍ଲକବ୍ଲଷ୍ଟର ହେବ ଫିଲ୍ମ । ଅନ୍ୟ ଜଣେ ଲେଖିଛନ୍ତି, ଏପରି ଏକ ଚଳଚ୍ଚିତ୍ର ଯାହା ଆପଣଙ୍କୁ କନ୍ଦାଇବ, ହସାଇବ ଏବଂ ପୁଣିଥରେ ବିଶ୍ୱାସ କରାଇବ ।ଜୟ ଜଗନ୍ନାଥ । ଆଉ ଜଣେ ଲେଖିଛନ୍ତି, ପୁଣି ଦଶହରା ବଜାର ଘାଣ୍ଟିବ ।