
ଶେରଗଡ଼ ୦୯/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ଓ ଗଞ୍ଜାମ ପୋଲିସ ଜିଲ୍ଲା ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାଶଙ୍କ ଦ୍ୱାରା ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶିବିରରେ ବିଭିନ୍ନ ବିଭାଗର ମୋଟ ୩୭୭ ଅଭିଯୋଗ ପଞ୍ଜିକରଣ ହୋଇଥିବା l ୫ ଜଣକୁ ଆର୍ଥିକ ସାହାଯ୍ୟ ଦିଆଯାଇଥିଲା l ବ୍ଲକର ଦୂର ଦୁରାନ୍ତରୁ ଆସିଥିବା ଆହୁରି ଅନେକ ଲୋକ ନିଜ ନିଜର ଅଭାବ ଅସୁବିଧା ପାଇଁ,ଅଭିଯୋଗ କରିବାକୁ ଅପେକ୍ଷା କରି ନିରାଶ ହୋଇ ଫେରିଥିଲେ l ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଦୀପକ କୁମାର ଜେନା,ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ବ୍ଲକ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ,ବିଡ଼ିଓ ତୃପ୍ତିମୟୀ ଜେନା, ତହସିଲଦାର ତ୍ରିଦେବ ରଥ, ଥାନାଧିକାରୀ ବୀରେନ୍ଦ୍ର ଶିଆଳଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ l