
ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କରିଶ୍ମା କପୁରଙ୍କ ପିଲା । ମୃତ ବାପା ସଞ୍ଜୟ କପୁରଙ୍କ ସମ୍ପତ୍ତିରେ ଭାଗ ପାଇଁ ଆବେଦନ କରିଛନ୍ତି କରିଶ୍ମାଙ୍କ ପୁଅ ଏବଂ ଝିଅ । ଆବେଦନରେ ଉଭୟ କହିଛନ୍ତି, ଶାବତ ମାଆ ପ୍ରିୟା ସଚଦେବ ନକଲି ଇଛପତ୍ର କରି ୩୦ ହଜାର କୋଟି ଟଙ୍କାରୁ ସେମାନଙ୍କୁ ବେଦଖଲ କରିଛନ୍ତି । ସଞ୍ଜୟ କପୁରଙ୍କ ଦେହାନ୍ତି ପରେ ସବୁ କିଛି ନିଜ ଅକ୍ତିଆରରେ ରଖିବାକୁ ଚାହୁଛନ୍ତି ପ୍ରିୟା କପୁର । ନକଲି ଇଛାପତ୍ରରେ ସେମାନଙ୍କ ନାଁ ନଥିବା କହିଛନ୍ତି କିୟାନ ଏବଂ ସମାୟରା ।ଏହି ମାମଲାରେ ଶୁଣାଣି କରି ସମନ ଜାରି କରିବା ସହ ପ୍ରିୟାଙ୍କୁ ସମ୍ପତ୍ତିର ସୂଚନା ମାଗିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦୁଇ ସପ୍ତାହ ପରେ ପରବର୍ତ୍ତି ଶୁଣାଣି ଅଛି । ଗତ ଜୁନ ମାସ ୧୨ ତାରିଖରେ ହୃଦଘାତରେ ସଞ୍ଜୟ କପୁରଙ୍କ ମୃତ୍ୟୁ ହୋଇଥିଲା । ଏହା ପରଠାରୁ ସଞ୍ଜୟଙ୍କ ୩୦ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ବିବାଦ ଦେଖାଯାଇଛି ।