କୁଲଦୀପ ଯାଦବଙ୍କ ଭିଡିଓ ଦେଖି ଭୟରେ ପାକିସ୍ତାନୀ, ଆସନ୍ତା ୧୪ରେ ହେବ ଲଢେଇ

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଏବେ ଦୁବାଇରେ ଏସିଆ କପ ୨୦୨୫ ଖେଳୁଛି । ପ୍ରଥମ ମ୍ୟାଚରେ ୟୁଏଇକୁ ୯ ୱିକେଟରେ ହରାଇ ଟିମ୍ ଇଣ୍ଡିଆ ୪.୩ ଓଭରରେ ଜିତିନେଇଛି । ଟି୨୦ ଇତିହାସରେ ସବୁଠାରୁ କମ ବଲରେ ଭାରତ ଜିତିନେଇଛି । ପ୍ରଥମ ମ୍ୟାଚରେ କୁଲଦୀପ ଯାଦବଙ୍କ ବୋଲିଂରେ ୟୁଏଇ ବ୍ୟାଟର ଚିନ୍ତାରେ ପଡିଯାଇଥିଲେ । ଏବେ କୁଲଦୀପଙ୍କ ବୋଲିଂ ଭିଡିଓ ଦେଖି ପାକିସ୍ତାନୀ ଭୟଭୀତ ହୋଇଯାଇଛନ୍ତି ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ୟୁଏଇ । ୟୁଏଇର ଓପନର ଅଲୀଶାନ ଶରୁଫ(୨୨) ଏବଂ ମହମ୍ମଦ ୱାସିମ(୧୯) ରନ କରି ଆଉଟ ହୋଇଯାଇଥିଲେ । ଏ ଦୁହିଁଙ୍କ ଯୋଡିକୁ ବୁମରା ଭାଙ୍ଗିଥିଲେ । କିନ୍ତୁ ମଧ୍ୟକ୍ରମ ବ୍ୟାଟରଙ୍କୁ କୁଲଦୀପ ଯାଦବ ସଂପୂର୍ଣ୍ଣ ଭାବେ ଭାଙ୍ଗିଦେଇଥିଲେ । ଏହି ଦୁହିଁଙ୍କ ଛଡା ଅନ୍ୟ କୌଣସି ବ୍ୟାଟର ୫ ରନ ମଧ୍ୟ କରିପାରିନଥିଲେ । ଏହି ମ୍ୟାଚରେ କୁଲଦୀପ ୩ ଓଭରରେ ୭ ରନ ଦେଇ ୪ଟି ୱିକେଟ ନେଇଛନ୍ତି ।କୁଲଦୀପ ଗତ ମାସରେ ଇଂଲଣ୍ଡ ଗସ୍ତରୁ ଫେରିବା ପରେ ତାଙ୍କୁ କୌଣସି ମ୍ୟାଚ ଖେଳିବାକୁ ସୁଯୋଗ ମିଳିନଥିଲା । ଆଉ ପୂର୍ବରୁ ଏସିଆ କପ୍ ପ୍ଲେଇଂ ୧୧ରେ ସୁଯୋଗ ନ ମିଳିବାକୁ ନେଇ କୁଲଦୀପ କହିଥିଲେ, ଏହା ମୋ ପାଇଁ ବହୁତ କଷ୍ଟଦାୟକ । ମୁଁ ନିଜର ବୋଲିଂ ଏବଂ ଫିଟନେସ ଉପରେ କାମ କରୁଥିଲି ।ଏବେ ଭାରତର ଆଗାମୀ ମ୍ୟାଚ ପାକିସ୍ତାନ ସହିତ ରହିଛି । ଦୁବାଇରେ ଭାରତର ବିଜୟ ଦେଖି ପାକିସ୍ତାନ ନିଶ୍ଚିତ ଭୟଭୀତ ହେଉଥିବ । ନିକଟରେ ୟୁଏଇ ସହିତ ପାକିସ୍ତାନ ମ୍ୟାଚ ଖେଳିଥିଲା । କିନ୍ତୁ ପାକିସ୍ତାନ ବୋଲର ତାଙ୍କୁ ଏଭଳି ଆଉଟ୍ କରିନଥିଲେ । କୁଲଦୀପଙ୍କ ବୋଲିଂ ୟୁଏଇ ବିପକ୍ଷରେ ଦେଖି ପାକିସ୍ତାନ ଖେଳି ଭୟଭୀତ ହୋଇଛନ୍ତି । ଆସନ୍ତା ୧୪ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ ।