ଭଞ୍ଜନଗର: ୨ଟି ଦୋକାନରୁ ଚୋରି, ଜମିରୁ ପାଣି ମୋଟର ଚୋରି

ଭଞ୍ଜନଗର ୧୨/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଚଣ୍ଡୀ ପାଟଣା ଛକ ନିକଟରେ ଥିବା ଦୁଇଟି ଦୋକାନ ରେ ଗତ ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଇଛି। ପ୍ରତିଦିନ ଭଳି ଗତ ସନ୍ଧ୍ୟା ରେ ଦୋକାନୀ ଜଣକ ଦୁଇଟି ତାଲା ଦୋକାନ ରେ ପକାଇ ଘରକୁ ଯାଇଥିଲେ ସକାଳୁ ଦେଖିବା ବେଳକୁ ତାଲା ଭାଙ୍ଗି ଏକ ଯନ୍ତ୍ର ରେ ଗେଡା କୁ ତଡ଼ାଯାଇଛି। ଏହା ଦେଖି ଦୋକାନୀ ଜଣକ ପୋଲିସ କୁ ଖବର ଦେଇଥିଲେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଛାନଭିନ ଆରମ୍ଭ କରିଦେଇଛି। ବାରମ୍ବାର ଏଭଳି ଘଟଣା ରେ ଅତିଷ୍ଟ ହୋଇ ପୋଲିସକୁ ସନ୍ଧାନୀ କୁକୁର ଆଣି ତଦନ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି। ଦୋକାନୀ କହିବା ମୁତାବକ ଗତକାଲି ସେ ବ୍ୟାଙ୍କ ରୁ କୋଡିଏ ହଜାର ଟଙ୍କା ଉଠାଇ ଆଣିଥିଲେ। ଏହାର ସୁଯୋଗ ନେଇ ଲୁଟେରା ମାନେ ମଧ୍ୟରେ ରାତିରେ ଉକ୍ତ ଦୋକାନରେ ପଶି ସେହି କୋଡିଏ ହଜାର ଟଙ୍କା ସହ କିଛି ଆସବାବ ପତ୍ର ସହ କିଛି ଠାକୁର ଙ୍କ ପିତଳ ସାମାନ ଚୋରି କରିଛନ୍ତି ଯାହାର ମୂଲ୍ୟ କୋଡିଏ ହଜାର ଟଙ୍କା ହେବ ଜଣାପଡିଛି। ଏଥିସହ ସେହି ସ୍ଥାନରେ ଆଉ ଗୋଟିଏ ଦୋକାନ ରୁ ବହୁ ଆସବାବ ପତ୍ର ସହ କିଛି ଟଙ୍କା ଏବଂ ନିକଟରେ ଏକ ଜମିରୁ ଗୋଟିଏ ଇଲେକ୍ଟ୍ରି ପାଣି ମୋଟର ଚୋରି ହୋଇଥିବା ଜଣାପଡିଛି। ଏଥି ସହ ଧନଞ୍ଜୟ ପୁର ଗ୍ରାମ ରୁ ଜଣେ ବ୍ୟକ୍ତି ଙ୍କ ଘରେ ଚୋରି ଉଦ୍ୟମ ହୋଇଥିବା ସୂଚନା ମିଳିଛି।