ପୁରୁଷ ବନ୍ଧୁ ଙ୍କ ସହ ଫେରାର ହେଲେ ୯ ପିଲାର ମା

ଏହି ଘଟଣା ଜଲାଲପୁର ଗାଁର । ଉଭୟଙ୍କ ବିବାହକୁ ୩୨ ବର୍ଷ ପୂରିଛି ବୋଲି ମହିଳାଙ୍କ ସ୍ୱାମୀ କହିଛନ୍ତି । ଦମ୍ପତି ୯ ଜଣ ପିଲାଙ୍କ ବାପା-ମାଆ । ସେମାନଙ୍କର ୫ ଝିଅ ଓ ୪ ପୁଅ । ଜଣେ ୨୧ ବର୍ଷୀୟ ପୁଅର ରୋଗରେ ମୃତ୍ୟୁ ହେବା ପରେ ୩ ଝିଅ ଓ ଜଣେ ପୁଅର ବିବାହ ହୋଇ ସାରିଛି । ମହିଳାଙ୍କ ସ୍ୱାମୀ କାନ୍ଦି କାନ୍ଦି କହିଛନ୍ତି ଯେ, ସେ ମୂଲମଜୁରୀ କରି ଘର ଚଳାଇବା ଠାରୁ ଆରମ୍ଭ କରି ପିଲାମାନଙ୍କ ବିବାହ କରିଛନ୍ତି । ବ୍ୟକ୍ତି ଜଣକ ଅଭିଯୋଗ ଅନୁଯାୟୀ, ତାଙ୍କ ପତ୍ନୀ ୪ ଲକ୍ଷ ଟଙ୍କାର ସୁନାଗହଣା, ୫୦ ହଜାର ନଗଦ ଟଙ୍କା ଓ ଜମି କାଗଜପତ୍ର ନେଇ ଯାଇଛନ୍ତି ।୨୦ ଦିନ ଧରି ମହିଳା ଜଣକ ନିଖୋଜ ଥିଲେ । ପୁଲିସ ନିକଟରେ ମହିଳା ଜଣକ ନିଖୋଜ ନେଇ ମଧ୍ୟ ପରିବାର ଲୋକେ ଅଭିଯୋଗ କରିଥିଲେ । ପୁଲିସ ଖୋଖୋଜି ଆରମ୍ଭ କରିବା ପରେ ମହିଳାଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଧରିଥିଲା । ପରେ କୋର୍ଟରେ ମାମଲା ରହିଥିବା ବେଳେ ମହିଳା ଜଣକ ଆଉ ସ୍ୱାମୀଙ୍କ ନିକଟକୁ ଫେରିବେ ନାହିଁ ଏବଂ ପୁରୁଷ ବନ୍ଧୁଙ୍କ ସହ ରହିବା ଶେଷ ନିଷ୍ପତ୍ତି ବୋଲି କହିଥିଲେ । ଏବେ ଏହି ମାମଲା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।