
ପଞ୍ଜାବରେ ହୋଇଥିବା ଭୀଷଣ ବନ୍ୟାରେ ସାହାଯ୍ୟର ହାତ ବଢାଇଛନ୍ତି କିଙ୍ଗଖାନ । ଏହି ବନ୍ୟା ପ୍ରପିଡିତ ଲୋକ ମାନଙ୍କୁ ଶାହାରୁଖଙ୍କ ମୀର ଫାଉଣ୍ଡେସନ ହାତ ବଢାଇଛନ୍ତି । ପ୍ରଭାବିତ ହୋଇଥିବା ୧୫୦୦ ପରିବାର ପର୍ଯ୍ୟନ୍ତ ଲୋକଙ୍କୁ ସାହାର୍ଯ ଦିଆଯାଇଛି । ଏହି ଲୋକମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ରିଲିଫ୍ ଯୋଗାଇ ଦିଆଯାଇଛି ।ମୀର ଫାଉଣ୍ଡେସନ୍ କିଛି ଲୋକାଲ ଏନଜିଓ ସହ ହାତ ମିଶାଇ ପଞ୍ଜାବ ବନ୍ୟାରେ ପ୍ରବାଭିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଏହା ଅଧୀନରେ ଅତି ଆବଶ୍ୟକୀୟ ମେଡିସିନ୍,ପରିଷ୍କାର ପରିଛନ୍ନତା ସାମଗ୍ରୀ,ଖାଇବା ପିଇବା ସାମଗ୍ରୀ, ମଶାରୀ, ଜରିପାଲ,ଚାଦର,ଫୋଲଡିଙ୍ଗ ଖଟ,ଗଦି ବିଛଣା ଉତାଦି ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏହି ସାମଗ୍ରୀ ହିମାଚଳ ପ୍ରଦେଶ ଓ ଜମ୍ମୁ କାଶ୍ମୀର , ଜଳ ଭଣ୍ଡାର ଅଞ୍ଚଳରେ ପ୍ରବଳ ବର୍ଷା ପରେ ଜଳ ସ୍ତର ବଢିଛି ।ଆମେ ଆପଣଙ୍କୁ କହି ରଖୁଛୁ କି ଗତ ସପ୍ତାହରେ ଶାହାରୁଖ ଖାନ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ । ସେ ପଞ୍ଜାବରେ ହୋଇଥିବା ବନ୍ୟା ରେ ପୀଡିତ ଲୋକଙ୍କୁ ସେ ସମବେଦନା ଜଣାଇଥିଲେ । ସେ ଲେଖିଥିଲେ ପଞ୍ଜାବରେ ହୋଇଥିବା ବନ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି । ସେମାନଙ୍କ ପାଇଁ ଶକ୍ତି ପଠାଉଛି । ପଞ୍ଜାବର ମନୋବଳ କେବେ ନ ତୁଟୁ । ଉପରବାଲା ସେମାନଙ୍କ ପ୍ରତି ଆଶୀର୍ବାଦ ଓ କପା କରନ୍ତୁ ।