
ଶ୍ରୀ ସି.ପି. ରାଧାକୃଷ୍ଣନ୍ ଆଜି ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶ୍ରୀ ସି.ପି. ରାଧାକୃଷ୍ଣନଙ୍କୁ ଶପଥ ପାଠ କରାଇଥିଲେ। ଶ୍ରୀ ରାଧାକୃଷ୍ଣନ୍ ପୂର୍ବରୁ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ।ଶପଥ ଗ୍ରହଣ ପରେ, ଶ୍ରୀ ସି.ପି. ରାଧାକୃଷ୍ଣନ୍ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ମଧ୍ୟ ସଦୈବ ଅଟଳ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ, ଦୀନ ଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ସ୍ମାରକୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଏବଂ କିଷାନ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶ୍ରୀ ସି.ପି. ରାଧାକୃଷ୍ଣନଙ୍କ ସଂକ୍ଷିପ୍ତ ପରିଚୟ୧. ଶିକ୍ଷାଗତ ଏବଂ ବୃତ୍ତିଗତ ପୃଷ୍ଠଭୂମି୪ ମଇ ୧୯୫୭ରେ ତାମିଲନାଡୁର ତିରୁପ୍ପୁରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଚନ୍ଦ୍ରପୁରମ୍ ପୋନ୍ନୁସାମି ରାଧାକୃଷ୍ଣନ୍ ବାଣିଜ୍ୟ ପ୍ରଶାସନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ଜଣେ ଆରଏସଏସ ସ୍ୱୟଂସେବକ ଭାବରେ କାର୍ଯ୍ୟ ଆରମ୍ଭ କରି, ସେ ୧୯୭୪ ମସିହାରେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ହୋଇଥିଲେ। ସାର୍ବଜନୀନ ଜୀବନରେ ପ୍ରବେଶ କରିବା ପୂର୍ବରୁ ଜଣେ ବୟନ ସାମଗ୍ରୀ ରପ୍ତାନିକାରୀ ଭାବରେ ଶ୍ରୀ ରାଧାକୃଷ୍ଣନଙ୍କର ଏକ ଦୀର୍ଘ ଏବଂ ସଫଳ କ୍ୟାରିଅର୍ ରହିଥିଲା।୨. ସଂସଦୀୟ ଏବଂ ସାର୍ବଜନୀନ ଜୀବନ୧୯୯୬ ମସିହାରେ, ଶ୍ରୀ ସି.ପି. ରାଧାକୃଷ୍ଣନ୍ଙ୍କୁ ତାମିଲନାଡୁରେ ବିଜେପି ସମ୍ପାଦକ ଭାବରେ ଦାୟିତ୍ୱ ଅର୍ପଣ କରାଯାଇଥିଲା। ୧୯୯୮ ମସିହାରେ ସେ କୋଏମ୍ବାଟୁରରୁ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୯୯ ମସିହାରେ ପୁନଃନିର୍ବାଚିତ ହୋଇଥିଲେ। ସାଂସଦ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସେ ବୟନ ଶିଳ୍ପ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ।

ସେ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ (ପିଏସୟୁ)ଗୁଡ଼ିକର ସଂସଦୀୟ ସମିତି ଏବଂ ଅର୍ଥ ପରାମର୍ଶଦାତା ସମିତିର ସଦସ୍ୟ ମଧ୍ୟ ଥିଲେ। ଏହାସହିତ ଷ୍ଟକ୍ ଏକ୍ସଚେଞ୍ଜ ଦୁର୍ନୀତିର ତଦନ୍ତ କରୁଥିବା ସଂସଦୀୟ ସ୍ୱତନ୍ତ୍ର କମିଟିରେ ମଧ୍ୟ ସେ ସଦସ୍ୟ ଥିଲେ।୨୦୦୪ ମସିହାରେ ଶ୍ରୀ ରାଧାକୃଷ୍ଣନ ସଂସଦୀୟ ପ୍ରତିନିଧିମଣ୍ଡଳରେ ଭାଗ ନେଇ ଜାତିସଂଘ ସାଧାରଣ ସଭାରେ ଭାଷଣ ଦେଇଥିଲେ। ସେ ତାଇୱାନକୁ ଯାଇଥିବା ପ୍ରଥମ ସଂସଦୀୟ ପ୍ରତିନିଧିମଣ୍ଡଳର ସଦସ୍ୟ ମଧ୍ୟ ଥିଲେ।୨୦୦୪ ରୁ ୨୦୦୭ ମଧ୍ୟରେ, ଶ୍ରୀ ରାଧାକୃଷ୍ଣନ ତାମିଲନାଡୁରେ ବିଜେପିର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ। ଏହି ଭୂମିକାରେ, ସେ ୯୩ ଦିନ ଧରି ୧୯,୦୦୦ କିଲୋମିଟର ଦୀର୍ଘ ‘ରଥ ଯାତ୍ରା’ ଆୟୋଜନ କରିଥିଲେ। ସମସ୍ତ ଭାରତୀୟ ନଦୀକୁ ସଂଯୋଗ କରିବା, ଆତଙ୍କବାଦର ଉନ୍ମୁଳନ, ସମାନ ନାଗରିକ ସଂହିତା ଲାଗୁ କରିବା, ଅସ୍ପୃଶ୍ୟତା ଦୂରୀକରଣ ଏବଂ ନିଶାଦ୍ରବ୍ୟର ବିପଦକୁ ମୁକାବିଲା କରିବା ଦାବିରେ ଏହି ଯାତ୍ରା ଆୟୋଜନ କରାଯାଇଥିଲା। ସେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ନେଇ ଦୁଇଟି ଅତିରିକ୍ତ ପଦଯାତ୍ରାର ମଧ୍ୟ ନେତୃତ୍ୱ ନେଇଥିଲେ।୨୦୧୬ ମସିହାରେ, ଶ୍ରୀ ରାଧାକୃଷ୍ଣନଙ୍କୁ କୋଚି କୟର୍ ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ଏହି ପଦବୀରେ ସେ ଚାରି ବର୍ଷ ଧରି ରହିଥିଲେ। ତାଙ୍କ ନେତୃତ୍ୱରେ, ଭାରତରୁ କତା ରପ୍ତାନି ୨,୫୩୨ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ପରିମାଣରେ ପହଞ୍ଚିଥିଲା। ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ, ସେ କେରଳରେ ବିଜେପିର ଅଖିଳ ଭାରତୀୟ ପ୍ରଭାରୀ ଦାୟିତ୍ୱ ନିର୍ବାହ କରିଥିଲେ।୧୮ ଫେବୃଆରୀ ୨୦୨୩ରେ, ଶ୍ରୀ ରାଧାକୃଷ୍ଣନଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କର ପ୍ରଥମ ଚାରି ମାସ ମଧ୍ୟରେ, ସେ ରାଜ୍ୟର ସମସ୍ତ ୨୪ଟି ଜିଲ୍ଲା ଭ୍ରମଣ କରି ନାଗରିକ ଏବଂ ଜିଲ୍ଲା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେ ତେଲଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ।ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶ୍ରୀ ରାଧାକୃଷ୍ଣନ ରାଜ୍ୟବ୍ୟାପୀ ବ୍ୟାପକ ଭାବରେ ଯାତ୍ରା କରି ଲୋକପ୍ରତିନିଧି, ଅଧିକାରୀ, ବ୍ୟବସାୟୀ ଏବଂ ସମାଜର ବିଭିନ୍ନ ବର୍ଗଙ୍କ ସହିତ ଆଲୋଚନା କରିଛନ୍ତି।୩. ବ୍ୟକ୍ତିଗତ ବିବରଣୀନାମ: ଶ୍ରୀ ଚନ୍ଦ୍ରପୁରମ ପୋନ୍ନୁସାମି (ସି.ପି.) ରାଧାକୃଷ୍ଣନପିତାଙ୍କ ନାମ: ଶ୍ରୀ ପୋନ୍ନୁସାମିମାତାଙ୍କ ନାମ: ଶ୍ରୀମତୀ ସି.ପି. ଜାନକୀଜନ୍ମ ତାରିଖ: ୪ ମଇ ୧୯୫୭ଜନ୍ମସ୍ଥାନ: ତିରୁପ୍ପୁର, ତାମିଲନାଡୁବିବାହ ତାରିଖ: ୨୫ ନଭେମ୍ବର ୧୯୮୫ପତ୍ନୀଙ୍କ ନାମ: ଶ୍ରୀମତୀ ସୁମତି ଆର.ସନ୍ତାନ: ଗୋଟିଏ ପୁଅ ଏବଂ ଗୋଟିଏ ଝିଅଶ୍ରୀ ରାଧାକୃଷ୍ଣନ ଉଚ୍ଚଶିକ୍ଷାର ଗୁଣବତ୍ତା ଏବଂ ଉପଲବ୍ଧତା ବୃଦ୍ଧି କରିବା ଲାଗି ଗଭୀର ଭାବେ ଆଗ୍ରହୀ। ସେ ଜନଜାତିଙ୍କ କଲ୍ୟାଣ କ୍ଷେତ୍ରରେ ଅନେକ ପଦକ୍ଷେପ ଆରମ୍ଭ କରିଥିଲେ। ଉଚ୍ଚଶିକ୍ଷାରେ ସେମାନଙ୍କ ଅଂଶଗ୍ରହଣକୁ ଉନ୍ନତ କରିବା ଉପରେ ଧ୍ୟାନ ଦେଇଥିଲେ। ସେ ମହାରାଷ୍ଟ୍ରର ୨୯ଟି ରାଜ୍ୟ ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ‘ସ୍କୁଲ୍ କନେକ୍ଟ’ କାର୍ଯ୍ୟକ୍ରମର ପ୍ରଗତି ଉପରେ କଡ଼ା ନଜର ରଖିଥିଲେ। ଜନଜାତି ଝିଅ ଏବଂ ପୁଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସେ ଉତ୍ସାହିତ କରିଥିଲେ।ଜଣେ ଉତ୍ସାହୀ କ୍ରୀଡାବିତ୍ ରୂପେ ଶ୍ରୀ ରାଧାକୃଷ୍ଣନ ଟେବୁଲ ଟେନିସରେ କଲେଜ ଚାମ୍ପିଅନ୍ ଏବଂ ଦୂର ଧାବକ ଥିଲେ। ସେ କ୍ରିକେଟ୍ ଏବଂ ଭଲିବଲ୍ ମଧ୍ୟ ଉପଭୋଗ କରିଥା’ନ୍ତି।ଶ୍ରୀ ରାଧାକୃଷ୍ଣନ ବିଶ୍ୱର ଅନେକ ସ୍ଥାନ ଭ୍ରମଣ କରିଛନ୍ତି । ସେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ, ପର୍ତ୍ତୁଗାଲ, ନରୱେ, ଡେନମାର୍କ, ସ୍ୱିଡେନ, ଫିନଲ୍ୟାଣ୍ଡ, ବେଲଜିୟମ, ନେଦରଲ୍ୟାଣ୍ଡ, ତୁର୍କୀ, ଚୀନ, ମାଲେସିଆ, ସିଙ୍ଗାପୁର, ତାଇୱାନ, ଥାଇଲ୍ୟାଣ୍ଡ, ଇଜିପ୍ଟ, ୟୁଏଇ, ବାଂଲାଦେଶ, ଇଣ୍ଡୋନେସିଆ ଏବଂ ଜାପାନ ଗସ୍ତ କରିଛନ୍ତି।