ଅବିଭକ୍ତ ଗଞ୍ଜାମ ଖଣ୍ଡାୟତ କ୍ଷତ୍ରିୟ ସମାଜ ବୈଠକ

ଭଞ୍ଜନଗର ୧୨/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଠାରେ ଅବିଭକ୍ତ ଗଞ୍ଜାମ ଖଣ୍ଡାୟତ କ୍ଷତ୍ରିୟ ସମାଜର ସାଙ୍ଗଠନିକ ବୈଠକ ଡ଼. ବlୟlମନୁ ଚର୍ଚ୍ଚିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅନ୍ୟତମ ଜିଲ୍ଳା କର୍ମକର୍ତା କିଶୋର ଚନ୍ଦ୍ର ପାତ୍ର ଗତ ବୈଠକର ବିବରଣୀ ପାଠ ସହ ସ୍ୱାଗତ ଭାଷଣ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳକୃଷ୍ଣ ପ୍ରଧାନ, ସୋମନାଥ ନାୟକ, ବଂଶୀଧର ନାୟକ, କୃତିବାସ ବିଶ୍ୱାଳ, ସନ୍ତୋଷ ଜେନା, ବୃନ୍ଦାବନ ଖଟେଇ, ପିତାମ୍ବର ପରିଡା, ନେତାଜୀ ବିଷୋୟୀ, ସନ୍ତୋଷ କୁମାର ନାୟକ, ଶିବ କୁମାର ନାୟକ,ଜଗବନ୍ଧୁ ଜେନା ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ l ସଂଗଠନକୁ ସୁଦୃଢ କରିବା ପାଇଁ ତୃଣମୂଳ ସ୍ତରରୁ ସଂଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ପଛୁଆବର୍ଗର ସମସ୍ତ ସୁବିଧାସୁଯୋଗ ସରକାରୀ ସ୍ତରରେ ମିଳୁ ନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରାଯାଇଥିଲା l ରାଜନୈତିକ ଦୃଷ୍ଟିରୁ ଆମର ବହୁ ସଂଖ୍ୟା ରହିଥିଲେ ମଧ୍ୟ ସେ ହlରରେ ସାମାଜିକ ମାନ୍ୟତା ମିଳୁ ନଥିବା ଯୋଗୁଁ ଦୁଃଖ ପ୍ରକାଶ କରାଯାଇଥିଲା l ଏହି ଅବସରରେ ସର୍ବ ସଂମତିକ୍ରମେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି l ଏଥିରେ ସନ୍ତୋଷ ନାୟକ, ସଭାପତି, ସନ୍ତୋଷ ଜେନା, କାର୍ଯ୍ୟକାରୀ ସଭାପତି, ପିତାମ୍ବର ପରିଡା, ନଗେନ୍ଦ୍ର ନାୟକ,ଉପ ସଭାପତି,ଜଗବନ୍ଧୁ ଜେନା, ସମ୍ପାଦକ,ନେତାଜୀ ବିଷୋୟୀ, ଯୁଗ୍ମ ସମ୍ପାଦକ, ଶିବ କୁମାର ନାୟକ, କୋଷାଧ୍ୟକ୍ଷ, ଓ ସୋମନାଥ ନାୟକ, କୃତିବାସ ବିଶ୍ୱାଳ, ବଂଶୀଧର ନାୟକ, ଗୋପାଳକୃଷ୍ଣ ପ୍ରଧାନ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି l ଶେଷରେ ନବନିର୍ବାଚିତ ସମ୍ପାଦକ ଜଗବନ୍ଧୁ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l ସମଭାବ ସମ୍ପନ୍ନ ଏଗାର ଜାତିର ବହୁ ଜାତିଭାଇ ଯୋଗଦେଇଥିଲେ l