ଭଂଜନଗରରେ ଲୋକ ଅଦାଲତରେ ୧୮୬ ମାମଲା ସମାଧାନ

ଭଞ୍ଜନଗର ୧୩/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ୩ୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮୬ଟି ମାମଲା ଫଇସଲା ହୋଇଥିଲା। ଫଳରେ ୧,୪୧,୯୮,୬୫୭ ଟଙ୍କାର ସମ୍ପତ୍ତି ପକ୍ଷଗତଙ୍କୁ ଲାଭ ପହଞ୍ଚିଛି। ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମାମଲା ଯଥା ଆପରାଧିକ ସମ୍ପୃକ୍ତ ସମାଧାନଶୀଳ ମାମଲା, ଚେକ ବାଉନ୍ସ ମାମଲା, ଧନ ଫେରସ୍ତ ମାମଲା, ବିବାହ ଜନିତ ମାମଲା, ସାର୍ବଜନୀନ ସୁବିଧା ସମ୍ପୃକ୍ତ ବିବାଦ (ବିଦ୍ୟୁତ, ପାଣି ବିଲ) ପରି ଅନ୍ୟାନ୍ୟ ସିଭିଲ ମାମଲା ଇତ୍ୟାଦିର ସମାଧାନ କରାଯାଇଥିଲା। ଭଞ୍ଜନଗର ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଏବଂ ଅତିରିକ୍ତ ଜିଲା ଦୌରାଜଜ ଶେଖ ମହମ୍ମଦ କଏସ୍‌ଙ୍କ ନେତୃତ୍ୱରେ ମାମଲା ଗୁଡ଼ିକର ବିଚାର ହୋଇଥିଲା। ଏହା ସହିତ ସିନିଅର ସିଭିଲ ଜଜ୍‌ ଦେବାଶିଷ ବିଶୋଇ, ଏସ୍‌ଡିଜେଏମ୍‌ ସୌମ୍ୟରଞ୍ଜନ ପୃଷ୍ଟି, ଜେଏମ୍‌ଏଫ୍‌ସି ଭିୟେନା ନାୟକ ମଧ୍ୟ ବିଭିନ୍ନ କେସର ଫଇସଲା କରିଥିଲେ।
ଲୋକ ଅଦାଲତ ବେଞ୍ଚ ସଦସ୍ୟ ଡ଼ା. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ରମେଶ ଚନ୍ଦ୍ର ପଣ୍ଡା, ଭଞ୍ଜନଗର ବାର୍‌ ଆସୋସିଏଶନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ଅତିରିକ୍ତ ସରକାରୀ ପ୍ଲିଡର ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ, ସନ୍ତୋଷ କୁମାର ତିଆଡ଼ି, ସୁଶାନ୍ତ ତ୍ରିପାଠୀ, ପ୍ରଦୀପ ପାଳ, ବଂଶୀଧର ପ୍ରଧାନ, ଅରୁଣ କୁମାର ପାଢ଼ୀ, ଦେବୀ ତ୍ରିପାଠୀ, କୁନା ନାୟକ, ପ୍ରଭାକର ପାତ୍ର, ବଟକୃଷ୍ଣ ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ସହଯୋଗ କରିଥିଲେ।