
ଜଗନ୍ନାଥ ପ୍ରସାଦ ୧୩/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ୟୁନିଟ୍ ଦ୍ବାରା ଆୟୋଜିତ ବିଶ୍ୱ ପ୍ରାଥମିକ ଉପଚାର ଦିବସ ଅଧ୍ୟକ୍ଷ ଚିନଂ ବଦ୍ରିନାରାୟଣ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।
ଯୁବ ରେଡକ୍ରସ୍ ଅଧିକାରୀ ଅଧ୍ୟାପକ ବସନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମର ଲକ୍ଷ ଓ ଆଭିମୁଖ୍ୟ ପ୍ରଦାନ କରିଥିଲାବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶୈକ୍ଷିକ ଅଧିକାରୀ ଅଧ୍ୟାପକ ମାଧବ ଦଳାଇ ଏବଂ ପ୍ରଶାସନିକ ଅଧିକାରୀ ଡ଼ଃ ରବିନାରାୟଣ ଦାସ ପ୍ରାଥମିକ ଉପଚାର ସଂପର୍କରେ ସ୍ବେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ସାଧନ ବ୍ୟକ୍ତି ଭାବରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଅଧିକାରୀ କ୍ୟାପଟେନ ଦୀପକ୍ କୁମାର ନାୟକ ଯୋଗ ଦେଇ ପ୍ରାଥମିକ ଉପଚାର ର ଆବଶ୍ୟକତା, ଗୁରୁତ୍ବ, ଏବଂ ଏହାର ବିଧିବିଧାନ ଗୁଡିକୁ ସାରଗର୍ଭକ ଉଦବୋଧନ ତଥା ପ୍ରୋଜେକ୍ଟର ମାଧ୍ୟମରେ ସ୍ବେଛାସେବୀ ଓ ସ୍ବେଚ୍ଛାସେବିନୀ ମାନଙ୍କୁ ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ସ୍ବେଛାସେବୀ ମାନସ ସାହୁ ଅତିଥିମାନଙ୍କୁ ସ୍ବାଗତ କରିଥିବା ବେଳେ ଓଡିଆ ଅଧ୍ୟାପକ ସଞ୍ଜୁ ଖାଡିଆ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବାଯୋଜନା ଅଧିକାରୀ ଅଧ୍ୟାପକ ସୁଧିର କୁମାର ପଟ୍ଟନାୟକ,ଡଃ ନଟବର ଜେନା, ଡଃ ଭଞକିଶୋର ରଣା ଏବଂ ଅଧ୍ୟାପିକା ଶୁଭଶ୍ରୀ ପ୍ରଧାନ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ ।