ଚାକିରୀ ନେଇ ବଡ ଖବର, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୬୮୬ ଜଣଙ୍କୁ ଦେବେ ନିଯୁକ୍ତି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ବିଭିନ୍ନ ବିଭାଗ ପାଇଁ ୧୬୮୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଏ ନେଇ ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦେବେ।

ତେବେ କେଉଁ ବିଭାଗରେ କେତେ ନିଯୁକ୍ତି ଦିଆଯିବ ତାହା ହେଲା

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ- ୯୮୨

ଜଳ ସଂପଦ ବିଭାଗ- ୪୧୩

ଦକ୍ଷତା ବିକାଶ ବୈଷୟିକ ଶିକ୍ଷା- ୧୩୬

ଅର୍ଥ ବିଭାଗ- ୬୧

ଆଇନ ବିଭାଗ- ୩୭

କୃଷି ଓ କୃଷକ ଶସକ୍ତିକରଣ- ୩୪

ମତ୍ସ୍ୟ ଓ ପ୍ରାଣୀ ସଂପଦ- ୨୩