
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । CBSE ବୋର୍ଡ ୨୦୨୬ ପରୀକ୍ଷାରେ ଯୋଗଦେବା ପାଇଁ ନିୟମାବଳୀର ଏକ ବିଜ୍ଞପ୍ତି ଜାରି କରିଛି ।ଯାହା ଅନୁଯାୟୀ CBSE ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଯୋଗଦେବା ପାଇଁ ୭ ଟି ସର୍ତ୍ତ କହିଛି । CBSE କହିଛି ଯେ ଯେଉଁ ଛାତ୍ରମାନେ ଏହି ୭ ଟି ସର୍ତ୍ତ ପାଳନ କରିବେ ନାହିଁ ସେମାନେ ବୋର୍ଡ ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ ।ଫଳାଫଳ ପରେ ସଂଶୋଧନର ଆବଶ୍ୟକତା ନପଡ଼େ। ସେଥିପାଇଁ ବୋର୍ଡ ସମସ୍ତ ସ୍ୱୀକୃତିପ୍ରାପ୍ତ ସ୍କୁଲଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଏବଂ ସଠିକ୍ ସୂଚନା ସମୟ ମଧ୍ୟରେ ଦାଖଲ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ।ସିବିଏସଇ କହିଛି ଯେ ସ୍କୁଲଗୁଡ଼ିକୁ ନିଶ୍ଚିତ କରିବାକୁ ପଡିବ ଯେ ପ୍ରବେଶ ଫର୍ମ, ଛାତ୍ର ପଞ୍ଜିକାର, ସ୍ଥାନାନ୍ତର ପ୍ରମାଣପତ୍ର ଏବଂ ପଞ୍ଜିକରଣ ଡକ୍ୟୁମେଣ୍ଟରେ ଛାତ୍ରଙ୍କ ନାମ, ଜନ୍ମ ତାରିଖ ଏବଂ ଅନ୍ୟାନ୍ୟ ବିବରଣୀ ସମାନ ଅଛି ଏବଂ ଏହା ଛାତ୍ର ଏବଂ ଅଭିଭାବକଙ୍କଠାରୁ ନିଶ୍ଚିତ କରାଯିବା ଉଚିତ ।ପଞ୍ଜୀକରଣ ପରେ ଯଦି କୌଣସି ତ୍ରୁଟି ଦେଖାଯାଏ, ତେବେ ସଂଶୋଧନ ୱିଣ୍ଡୋରେ ଏହାକୁ ସଂଶୋଧନ କରାଯାଇପାରିବ। ତଥାପି, ଅସମ୍ପୂର୍ଣ୍ଣ ଆବେଦନ, ପୁରୁଣା ସ୍କୁଲର ପ୍ରମାଣପତ୍ର ସଂଲଗ୍ନ ନକରିବା, ଅସ୍ପଷ୍ଟ ଡକ୍ୟୁମେଣ୍ଟ କିମ୍ବା ବୋର୍ଡକୁ ସିଧାସଳଖ ଆବେଦନ ପଠାଇବା ଭଳି ସମସ୍ୟା ପ୍ରକ୍ରିୟାକୁ ବାଧା ପ୍ରଦାନ କରେ ।ଅନେକ ସମୟରେ ଛାତ୍ରଛାତ୍ରୀମାନେ ଆଇନଗତ ନୋଟିସ୍ କିମ୍ବା କୋର୍ଟର ଆଶ୍ରୟ ନିଅନ୍ତି, ଯାହା ମାମଲାକୁ ଆହୁରି ଜଟିଳ କରିଥାଏ। ସଂଶୋଧନ ପାଇଁ ପଠାଯାଇଥିବା ଆବେଦନଗୁଡ଼ିକ ସମ୍ପୂର୍ଣ୍ଣ ସଠିକ୍ ଏବଂ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହିତ ପଠାଯିବା ଉଚିତ ବୋଲି ବୋର୍ଡ ଚେତାବନୀ ଦେଇଛି। ଅସମ୍ପୂର୍ଣ୍ଣ ଆବେଦନଗୁଡ଼ିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରାଯିବ।CBSE ୨୦୨୬ ର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରାଇଭେଟ୍ ପ୍ରାର୍ଥୀଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଅଫିସିଆଲ୍ ୱେବସାଇଟ୍ cbse.gov.in ରେ ଅନଲାଇନରେ ଆବେଦନ କରିବାକୁ ପଡିବ।ଆବେଦନର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୫ ରଖାଯାଇଛି । ଯଦି କୌଣସି ଛାତ୍ର ଏହି ସମୟ ମଧ୍ୟରେ ଆବେଦନ କରିପାରିବେ ନାହିଁ, ତେବେ ସେ ୩ ଅକ୍ଟୋବରରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ବିଳମ୍ବ ଫି ସହିତ ପଞ୍ଜୀକରଣ କରିପାରିବେ।ଏଥିପାଇଁ ସାଧାରଣ ଫି’ ୩୨୦ ଟଙ୍କା ଏବଂ ବିଳମ୍ବିତ ଫି’ ୨୦୦୦ ଟଙ୍କା ହେବ। ବୋର୍ଡ କହିଛି ଯେ ଯେଉଁ ଛାତ୍ରଛାତ୍ରୀମାନଙ୍କୁ ୨୦୨୫ ପରୀକ୍ଷାରେ ପୁନରାବୃତ୍ତି ଜରୁରୀ ବୋଲି ଘୋଷଣା କରାଯାଇଛି, ଯେଉଁମାନେ କମ୍ପାର୍ଟମେଣ୍ଟ ପାଇଛନ୍ତି କିମ୍ବା ଯେଉଁମାନେ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ପ୍ରାଇଭେଟ୍ ପ୍ରାର୍ଥୀ ଭାବରେ ଆବେଦନ କରିପାରିବେ ।