
ଭଞ୍ଜନଗର ୧୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସହର ର ବାଇପାସ ରୋଡ଼ ଡୁଡୁଆ ନିକଟରେ ମହିନ୍ଦ୍ରାକମ୍ପାନୀ ର ଏକ ଟ୍ରାକ୍ଟର ସୋରୁମ ଉଦଘାଟିତ ହୋଇଯାଇଛି। ସୋରୁମର ପରିଚାଳକ ଧୀରେନ୍ଦ୍ର ମହାରଣା ଏବଂ ତାଙ୍କ ବନ୍ଧୁ ରହିଛନ୍ତି। ମୁଖ୍ୟ ଅତିଥି ଭାବେ ମହିନ୍ଦ୍ରା କମ୍ପାନୀ ର ଓଡିଶା ରାଜ୍ୟ ମୁଖ୍ୟ ଅଶୋକ ମିତ୍ରା ଯୋଗଦେଇଥିଲେ। ଉଦଘାଟକ ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର ଏବଂ ବାଉଁଶଲୁଣ୍ଡି ସରପଞ୍ଚ ଉଦ୍ଧବ ଚରଣ ମିଶ୍ର ଯୋଗଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ଏବଂ ନଡ଼ିଆ ଭୋଗ କରାଯାଇଥିଲା। ପରେ ଅତିଥି ମାନେ ଶୁଭେଚ୍ଛା ବାର୍ତା ପ୍ରଦାନ କରି ଅନୁଷ୍ଠାନ ର ଉର୍ନତି କାମନା କରିଥିଲେ। ଉତ୍ସବ ରେ ସମସ୍ତ ପଞ୍ଚାୟତ ଅତିଥି ଏବଂ ବିନାୟକ ୟୁଥ କ୍ଲବ ବାଉଁଶ ଲୁଣ୍ଡି ର ଯୁବକ ଭାଇ ମାନେ ସହଯୋଗ କରିଥିଲେ। ଅରକ୍ଷିତ ପରିଛା ପରିଚାଳନା କରିଥିଲେ ଏବଂ ମହେନ୍ଦ୍ରା ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।