
ନବରଙ୍ଗପୁର: ଏ ଝିଅ ସ୍କୁଲ ଆସିଲେ ଆମ ପିଲା ସ୍କୁଲ ଯିବେନି । ଛାତ୍ରୀଙ୍କ ବହିଷ୍କାର ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ । ଆଛ ଏଭଳି କିଛି କହିଲେ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସଥିବ କାହିଁକି ଛାତୀଙ୍କୁ ସ୍କୁଲରୁ ବାହାର କରିବାକୁ ଚାହୁଁଛନ୍ତି ? ଏହା ପଛର କାରଣ କଣ ? ଏମିତି କଣ ହେଲା ଯେ ଗୋଟିଏ ଛାତ୍ରୀକୁ ସ୍କୁଲ ଯିବାକୁ ବାରଣ କରାଯାଉଛି । ସେ ପୁଣି ପୁରା ଗାଁ ଲୋକେ ମନା କରୁଛନ୍ତି । ତେବେ ପୁରା ଘଟଣା କଣ ଆସନ୍ତୁ ଜାଣିବା…ହଁ ଆଜ୍ଞା, ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ଅଭିଯୋଗରେ ଗାଁର ଜଣେ ଯୁବକଙ୍କ ନାଁରେ ଥାନାରେ ମାମଲା । ଯେଉଁ ଘଟଣାକୁ କେନ୍ଦ୍ର କରି ଆଜି ପାପଡାହାଣ୍ଡି ବ୍ଲକ ମାନିଗାଁ ପଂଚାୟତ ରାଉଲିଗୁଡା ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି । ସମ୍ପୃକ୍ତ ଛାତ୍ରୀଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିବା ଦାବି ନେଇ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଛନ୍ତି । ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଛାଡି ନାହାନ୍ତି । ଫଳରେ ଦିନ ତମାମ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି ।ତେବେ ଗତ ୧୧ ତାରିଖ ଦିନ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ଛାତ୍ରୀ ଜଣଙ୍କୁ ମାସିକ ଋତୁସ୍ରାବ ହେବାରୁ ସେ ଘରକୁ ଯିବା ଲାଗି ଚାହିଁଥିଲେ । ଶିକ୍ଷୟତ୍ରୀଙ୍କୁ ଅନୁମତି ମାଗିବାରୁ ଛାତ୍ରୀଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଇଥିଲେ । ପରେ ଛାତ୍ରୀ ଜଣକ ନିକଟସ୍ଥ ପୋଖରିକୁ ଯାଇଥିଲେ । ଛାତ୍ରୀଙ୍କୁ ପୋଖରି ନିକଟରେ ଦେଖି ଗାଁର ରୁକନ୍ଦର ଜାନୀ ଛାତ୍ରୀଙ୍କୁ ସ୍କୁଲ ଟାଇମରେ କୁଆଡେ ଆସିଛ ବୋଲି ପ୍ରଶ୍ନ କରିଥିଲେ ? ଏଠି ଭାଲୁ ଅଛି କହିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା ।ଛାତ୍ରୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ପରେ ଯୁବକ ଜଣକ କୁଆଡ଼େ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ୧୨ ତାରିଖ ଦିନ ବିଦ୍ୟାଳୟରେ ଉଭୟ ପକ୍ଷଙ୍କୁ ନେଇ ଏକ ବୈଠକ ହୋଇଥିଲା । ଛାତ୍ରୀ ଜଣକ କେବଳ ଯୁବକଙ୍କ ଠାରୁ ଗାଳି ଶୁଣିଥିବା ସମସ୍ତଙ୍କ ସାମ୍ନାରେ କହିଥିଲେ । ଲୋକଙ୍କ କହିବା ଅନୁଯାୟୀ, ଯୁବକ ଜଣକ ମଧ୍ୟ ନିଜ ଭୁଲ ବୁଝିପାରି ଯୁବତୀଙ୍କୁ କ୍ଷମା ମାଗିଥିଲେ । ହେଲେ ପରିବାର ଲୋକ କିଛି ନ ବୁଝି ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଏବଂ ଡାବୁ ଗାଁ ପୋଲିସ ଅଭିଯୋଗ ପାଇ ଯୁବକଙ୍କ ନାମରେ ମାମଲା ରୁଜୁ କରିଛି । ଯାହାକୁ ନେଇ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ । ଆଉ ନିଜ ପିଲାମାନଙ୍କୁ ସ୍କୁଲ ଛାଡ଼ି ନଥିଲେ ।ଗାଁ ଲୋକେ କହିବା କଥା କି ଗାଁ କଥା ଗାଁରେ ହିଁ ସମାଧାନ ହୋଇଗଲା । ତା’ ପରେ କାହିଁକି ଥାନାକୁ ମାମଲା ଗଲା ? ଯେଉଁଥିପାଇଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଦିନ ଅନ୍ୟ ପିଲାଙ୍କ ପାଠ ପଢ଼ା ବ୍ୟାହତ ହୋଇଛି ।