ବଦଳିଲା ପିସିବିର ନିଷ୍ପତ୍ତି, ୟୁଏଇ ସହ ଏସିଆ କପ ମ୍ୟାଚ୍ ଖେଳିବ ପାକିସ୍ତାନ

ଦୁବାଇ : ବହୁ କଳ୍ପନା ଜଳ୍ପନା ପରେ ସସପେନ୍ସରୁ ପରଦା ହଟିଲା । ଆଜି ୟୁଏଇ ସହିତ ମ୍ୟାଚ୍ ଖେଳିବ ପାକିସ୍ତାନ ଦଳ । ଏସିଆ କପର ଏହି ମ୍ୟାଚ୍ ଖେଳିବା ପାଇଁ ପାକ୍ ଖେଳାଳିଙ୍କ ବସ୍ ଦୁବାଇ ଷ୍ଟାଡିୟମକୁ ବାହାରି ସାରିଛନ୍ତି । ତେବେ ମ୍ୟାଚରେ ଆଣ୍ଡି ପାଇକ୍ରଫ୍ଟ ମ୍ୟାଚ୍ ରେଫରୀ ଦାୟିତ୍ବରେ ରହିବେ କି ନାହିଁ ସ୍ପଷ୍ଟ ହୋଇନି ।ବିଳମ୍ବ ହୋଇଥିବାରୁ ଟସ୍ ସ୍ଥାନୀୟ ସମୟ ରାତି ୭ଟାରେ ପଡ଼ିବ ଏବଂ ୭.୩୦ରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।