
କୋଲକାତା: ଅପେକ୍ଷାର ଅନ୍ତ । ଓସ୍କାର 2026 ପାଇଁ ଫିଚର ଫିଲ୍ମ ବର୍ଗରେ ଘୋଷଣା ହେଲା ନାଁ । ଓସ୍କାର 2026ରେ ଏଣ୍ଟ୍ରି ମାରିଲା ହୋମବାଉଣ୍ଡ । ଓସ୍କାର 2026 ପାଇଁ କରଣ ଜୋହରଙ୍କ ଫିଲ୍ମ ହୋମବାଉଣ୍ଡ ଅଫିସିଆଲ ଏଣ୍ଟ୍ରି ମାରିଛି । ଆଜି(ଶୁକ୍ରବାର) କୋଲକାତାରେ ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ବହୁ ପ୍ରତିକ୍ଷୀତ ନାଁ ଘୋଷଣା କରାଯାଇଛି । ଫିଚର୍ ଫିଲ୍ମ କ୍ୟାଟୋଗୋରୀରେ ହୋମବାଉଣ୍ଡ ମନୋନିତ ହୋଇଛି ।ଆସନ୍ତା 26ରେ ରିଲିଜ ହେବ ହୋମବାଉଣ୍ଡକରଣ ଜୋହରଙ୍କ ପ୍ରଡକ୍ସନ ହାଉସ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଯେଉଁଥିରେ ଇଶାନ ଖଟ୍ଟର, ବିଶାଲ ଜେଠୱା, ଜାନଭୀ କପୁର ପ୍ରମୁଖ ଅଭିନୟ କରିଛନ୍ତି । ତେବେ ଆସନ୍ତା ସେପ୍ଟେମ୍ବର 26ରେ ପରଦାରେ ରିଲିଜ ହେବ ।ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସା ସାଉଁଟିଛି ହୋମବାଉଣ୍ଡ:ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ହୋମବାଉଣ୍ଡ ଫିଲ୍ମଟି ଖୁବ ପ୍ରଶଂସା ସାଉଁଟିଛି । ଟୋରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ (TIFF 2025)ରେ ଏହି ଫିଲ୍ମଟି ପିପୁଲ୍ସ ଚଏସ ଆୱାର୍ଡ ପାଇଁ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା । ଅନ୍ତରାଷ୍ଟ୍ରୀୟ ଫିଚର ଫିଲ୍ମ ପାଇଁ ଗତ 16ରେ ଲିଷ୍ଟ ଜାରି ହୋଇଥିଲା । ଏହାପରେ 22 ଜାନୁଆରୀ 2026 ପାଇଁ ଶେଷ 5 ନାମାଙ୍କନ ଫିଲ୍ମର ଘୋଷଣା କରାଯିବ । ଓସ୍କାର 98ତମ ସମାରୋହ ମାର୍ଚ୍ଚ 15, 2026 ଲସ ଆଞ୍ଜେଲସ ୱାର୍ଲଡ ଥିଏଟରରେ ଆୟୋଜିତ ହେବାକୁ ଯାଉଛି ।