ପୁଣି ଅର୍ଦ୍ଧସାମରିକ ବାହିନୀକୁ ଟାର୍ଗେଟ, ୨ ଯବାନ ସହିଦ

ଆସାମ : ପୁଣି ଅର୍ଦ୍ଧସାମରିକ ବାହିନୀକୁ ଟାର୍ଗେଟ କରାଯାଇଛି । ଆଜି ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଏକ ସଶସ୍ତ୍ର ବ୍ୟକ୍ତି ଆସାମ ରାଇଫଲ୍ସର ଏକ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଅଜଣା ସଶସ୍ତ୍ର ଉଗ୍ରବାଦି ଏହି ଆକ୍ରମଣ କରିଥିବା ଜଣାପଡିଛି । ଏହି ଘଟଣାରେ ଆସାମ ରାଇଫଲ୍ସର ୨ ଜଣ ସୈନିକ ସହିଦ  ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି ।

ସୂଚନାନୁଯାୟୀ, ଜିଲ୍ଲାର ନାମ୍ବୋଲ ସବାଲ ଲେଇକାଇ ଅଞ୍ଚଳରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏହି ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି । “ଇମ୍ଫାଲରୁ ବିଷ୍ଣୁପୁର ଜିଲ୍ଲାକୁ ଆସାମ ରାଇଫଲ୍ସ କର୍ମଚାରୀମାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୨ ଜଣ ସୈନିକ ସହିଦ ହୋଇଥିଲେ ବୋଲି ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ।